ଓଡ଼ିଶାଲାଇଭ୍‌ ବ୍ୟୁରୋ

ହେଲମେଟ ନପିନ୍ଧି ଗାଡ଼ି ଚଳାଇବା ପଡ଼ିଲା ମହଙ୍ଗା। ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଇ ଟ୍ରାଫିକ ହାତରେ ଧରାପଡ଼ିଲେ ଦମ୍ପତି। ପାଖରେ ଟଙ୍କା ନଥିବାରୁ ଜରିମାନା ବାବଦକୁ ଦେଲେ ମଙ୍ଗଳସୂତ୍ର। କର୍ଣ୍ଣାଟକରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ।

ଦେଶବ୍ୟାପୀ ହେଲମେଟ ଚେକିଂ ଜୋରଦାର୍‌ ଚାଲିଛି। ଏହାରି ମଧ୍ୟରେ କର୍ଣ୍ଣାଟକ ବସ୍‌ ଷ୍ଟାଣ୍ଡର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏକ ଦମ୍ପତି ସପିଂ ସାରି ବାଇକ୍‌ରେ ବିନା ହେଲମେଟ୍‌ରେ ଘରକୁ ଫେରୁଥିଲେ। ସିଟି ବସ୍‌ ଷ୍ଟାଣ୍ଡ ନିକଟରେ ଟ୍ରାଫିକ ପୋଲିସ ସେମାନଙ୍କୁ ଅଟକାଇଥିଲା। କିଛି ସମୟ ଯୁକ୍ତିତର୍କ ହେବାପରେ ମହିଳା ଜଣଙ୍କ ତାଙ୍କ ବେକରୁ ମଙ୍ଗଳସୂତ୍ର କାଢ଼ି ଟ୍ରାଫିକ ପୋଲିସକୁ ଦେଇଥିଲେ।

୩୦ ବର୍ଷୀୟ ମହିଳା ଭାରତୀ ବିଭୂତୀ ଓ ତାଙ୍କ ସ୍ୱାମୀ କର୍ଣ୍ଣାଟକ ହୁକେରୀର ହୁଲୋଲିହାଟୀ ଗାଁରେ ଏକ ହୋଟେଲ କରି ନିଜର ପରିବାର ଚଳାଉଛନ୍ତି। ସେମାନେ ତାଙ୍କର ବାଇକ ଯୋଗେ ବଜାରକୁ ଏକ ଖଟ କିଣିବାକୁ ଯାଇଥିଲେ। ଆସିବାବେଳେ ତାଙ୍କ ପାଖରେ କିଛି ପଇସା ନଥିଲା। ତେଣୁ ଟ୍ରାଫିକ ପୋଲିସକୁ ଜରିମାନା ଆକାରରେ ନିଜର ମଙ୍ଗଳସୂତ୍ରକୁ ବଢ଼ାଇଥିଲେ ଭାରତୀ। ଏହାଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କାର୍ଯ୍ୟରତ ଟ୍ରାଫିକ ପୋଲିସ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Comment