ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲାର ବିଭିନ୍ନ ଶୈବପୀଠରେ ପାଳିତ ହୋଇଛି ମହାଶିବରାତ୍ରି। ଦେବାଧିଦେବ ମହାଦେବଙ୍କ ଏହି ଅନନ୍ୟ ପର୍ବ ଜାଗର ଉପଲକ୍ଷେ ସମସ୍ତ ଶିବାଳୟରେ ପୂଜା ଆରାଧନା ସାଙ୍ଗକୁ ଦୀପ ଜଳାଇଥିଲେ ଭକ୍ତ।

ଜାଗର ଅବସରରେ ଜିଲ୍ଲାର ବିଭିନ୍ନ ମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ହୋଇଥିଲା। ଲୋକେ ଶିବାଳୟରେ ଧାଡ଼ିରେ ରହି ଦେବ ଦର୍ଶନ କରିଥିଲେ। ବାବା ଭୋଳାନାଥଙ୍କୁ ଭକ୍ତ ପୂଜା ଆରାଧନା କରିବା ସହ ସନ୍ଧ୍ୟାରେ ଦୀପ ଜାଳି ଜାଗର ବ୍ରତ ପୂରା କରିଥିଲେ। ଭକ୍ତଙ୍କ ମୁଖରେ ଗୁଞ୍ଜରିତ ‘ଓଁ ନମଃ ଶିବାୟ’ ଧ୍ୱନୀ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା।

ଜିଲ୍ଲାର ପ୍ରସିଦ୍ଧ ଶିବାଳୟ ମଧ୍ୟରେ ଶରଣକୁଳର ଶ୍ରୀଲଡ଼ୁକେଶ ମହେଶ, ଓଡ଼ଗାଁରେ ଶ୍ରୀଦ୍ୱିତୀକେଶ୍ୱର, ଶ୍ରୀମାଧବ ପୀଠ କଣ୍ଟିଲୋରେ ପୂଜିତ ଶ୍ରୀସିଦ୍ଧେଶ୍ୱର ମହାଦେବ, ଖୁଣ୍ଟୁପଡ଼ାର ଶ୍ରୀରାମେଶ୍ୱର, ନୟାଗଡ଼ରେ ଶ୍ରୀଲୋକନାଥ, ଭାପୁର, ଖଣ୍ଡପଡ଼ା, ଗଣିଆଁ ଓ ଦଶପଲ୍ଲା ଆଦି ଜିଲ୍ଲାର ସମସ୍ତ ଅଞ୍ଚଳର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖାଯାଇଥିଲା।

Comment