ଓଡ଼ିଶାଲାଇଭ୍ ବ୍ୟୁରୋ

ରାମାୟଣ ସିରିଏଲରେ ରାମ ଭୂମିକାରେ ନଜର ଆସୁଥିବା ଅଭିନେତା ଅରୁଣ ଗୋଭିଲ୍ ଗୁରୁବାର ପଦ୍ମ ଧରିଛନ୍ତି। ସେ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ଉପନିର୍ବାଚନ ପୂର୍ବରୁ ଅରୁଣ ଗୋଭିଲ୍‌ଙ୍କ ଦଳରେ ସାମିଲ ହେବା ଦଳ ପାଇଁ ଲାଭଦାୟକ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

କରୋନା ସମୟରେ ଦୂରଦର୍ଶନ ଚ୍ୟାନେଲରେ ରାମାନନ୍ଦ ସାଗରଙ୍କ ପୌରାଣିକ ସରିଏଲ ରାମାୟଣର ପୁନଃ ପ୍ରସାରଣକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ମିଳିଥିଲା। ଏହି ରାମାୟଣ ସିରିଏଲରେ ରାମ ଚନ୍ଦ୍ର ଭୂମିକାରେ ଅଭିନୟ କରି ଲୋକପ୍ରିୟତା ପାଇଥିଲେ ଅରୁଣ ଗୋଭିଲ୍।

ଅରୁଣ ଗୋଭିଲଙ୍କ ଜନ୍ମ ୧୯୫୮ ମେରୁଟରେ ହୋଇଥିଲା । ସେ ପୌରାଣିକ ସିରିଏଲ ଛଡ଼ା ଅନେକ ଟିଭି ସିରିଏଲ ଓ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । କିନ୍ତୁ ତାଙ୍କ ଅଭିନୀତ ରାମାନନ୍ଦ ସାଗରଙ୍କ ରାମାୟଣ ସିରିଏଲ, ତାଙ୍କୁ ଅନେକ ସଫଳତା ଦେଇଛି । ସେହି ସରିଏଲରେ ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ଚିଖାଲିଆ ପୂର୍ବରୁ ବିଜେପିରେ ସାମିଲ ହୋଇସାରିଛନ୍ତି ।

Comment