ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରିରେ ଜାରି ହୋଇଛି ନାଇଟ କର୍ଫ୍ୟୁ ମାର୍ଚ୍ଚ ୨୩ ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ନାଇଟ କର୍ଫ୍ୟୁ ଜାରି ରହିବ ଜିଲ୍ଲାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ କର୍ଫ୍ୟୁ ସମୟରେ ଜିଲ୍ଲାରେ ସମସ୍ତ ଜରୁରିକାଳୀନ ସେବା ଚାଲୁରହିବ ଏନେଇ ସୋମବାର ମାଲକାନଗିରି ଜିଲ୍ଲାପାଳ ଡକ୍ଟର ଏଦୁଲା ବିଜୟ ସୂଚନା ଦେଇଛନ୍ତି

ଆଗକୁ ଦୋଳ ପର୍ବ, ହୋଲି ବଡ଼ଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲାରେ କର୍ଫ୍ୟୁ କରିବାକୁ ନିଷ୍ପତ୍ତି ନେଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ। ନାଇଟ କର୍ଫ୍ୟୁ ପାଇଁ ପ୍ରଶାସନ ପକ୍ଷରୁ ଏକ ଗାଇଡଲାଇନ ଜାରି କରାଯାଇଛି। ଏହି ଗାଇଡଲାଇନ ଅନୁଯାୟୀ କର୍ଫ୍ୟୁ ସମୟରେ ଜିଲ୍ଲାରେ ଜରୁରିକାଳୀନ ସେବାରେ କୌଣସି ପ୍ରଭାବ ପଡ଼ିବ ନାହିଁ ସର୍ବସାଧାରଣରେ ହୋଲି ଖେଳିବା ଉପରେ ବାରଣ କରାଯାଇଛି।

ସେହିପରି କେବଳ ୫୦ଜଣଙ୍କୁ ନେଇ ହେବ ଦୋଳଯାତ୍ରା ପାଳନ ହେବ। ଅନ୍ୟପଟେ ୨୦୦ ଶ୍ରଦ୍ଧାଳୁଙ୍କୁ ନେଇ ବଡ଼ଯାତ୍ରା ପାଳନ କରିବାକୁ ଅନୁମତି ମିଳିଛି। ସେହିପରି ସମସ୍ତେ କରୋନା କଟକଣା ମାନି ମାସ୍କ ପିନ୍ଧିବେ ସାମାଜିକ ଦୂରତା ମାନିବାକୁ ବାଧ୍ୟତାମୂଳକ କରାଯାଇଛି

ପ୍ରତି ଦୁଇ ବର୍ଷରେ ଥରେ ମାଲକାନଗିରି ଜିଲ୍ଲାରେ ପ୍ରସିଦ୍ଧ ବଡ଼ଯାତ୍ରା ଅନୁଷ୍ଠିତ ହୋଇଥାଏ। ଠିକ୍ ଦୋଳପର୍ବ ପରେ ଏହି ଯାତ୍ରା ଆରମ୍ଭ ହୋଇଥାଏ। ଏହିଦିନ ସେଠାରେ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କ ସମାଗମ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଜିଲ୍ଲାରେ କରୋନା ବ୍ୟାପିବା ଡରରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି

Comment