ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାସ୍ତାରେ ଉପରେ ଖେଳିପାରିବେନି ହୋଲି। ରାସ୍ତା ଉପରେ ହୋଲି ଖେଳିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। କଟକ ଓ ଭୁବନେଶ୍ୱର ଲୋକଙ୍କ ପାଇଁ କମିସନରେଟ ପୋଲିସ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏ ବାବଦରେ ସୂଚନା ଦେଇଛନ୍ତି।

ହୋଲିରେ କରୋନା ନିୟମ ଯେମିତି ଉଲ୍ଲଙ୍ଘଂନ ନୁହୁଏ ସେଥିପାଇଁ ବିଏମସି, ସିଏମ୍‌ସି, ଓ କମିସନରେଟ ପୋଲିସ ସମ୍ପୂର୍ଣ୍ଣ ଧ୍ୟାନ ଦେବ ବୋଲି କହିଛନ୍ତି ପୋଲିସ କମିସନର।

ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଯେମିତି ନ ବଢ଼େ ସେଥିପାଇଁ ଜନସାଧାରଣ ମଧ୍ୟ ପ୍ରଶାସନକୁ ସହଯୋଗ କରନ୍ତୁ ଓ ଘରେ ରହି ହୋଲି ପାଳନ କରନ୍ତୁ ବୋଲି ସେ କହିଛନ୍ତି।

ରାଜ୍ୟରେ ଏବେ କରୋନା ସଂକ୍ରମଣ ଲେଉଟିଛି। ଦୈନିକ ସଂକ୍ରମଣ ସଂଖ୍ୟା ୨ ଶହ ପାର କରିଛି। ତେଣୁ ହୋଲି ଯେମିତି ସଂକ୍ରମଣ ନବଢ଼ାଏ ସେଥିଲାଗି ସବୁସ୍ତରରେ ପ୍ରସ୍ତୁତି କରାଯାଉଛି।

Comment