ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଭୀଷଣ ଖରା ଅନୁଭୂତ ହେଉଛି। ଚଳିତ ବର୍ଷ ଫେବ୍ରୁଆରିର ଶେଷ ସପ୍ତାହରୁ ଖରାର ପ୍ରଭାବ ଅତ୍ୟଧିକ ଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ରାଜ୍ୟରେ ହିଟ୍ ୱେଭ ମୁକାବିଲା ପାଇଁ ଆଗୁଆ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଡାକ୍ତରଖାନାମାନଙ୍କରେ ଅଂଶୁଘାତ ମୁକାବିଲା ପାଇଁ ସ୍ୱତନ୍ତ୍ର ୱାର୍ଡ ବ୍ୟବସ୍ଥା କରାଯିବା ସହିତ ପ୍ରର୍ଯ୍ୟାପ୍ତ ପରିମାଣରେ ଓଆରଏସ୍ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ହିଟ୍ ୱେଭ୍ ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଡାକ୍ତରଖାନାରେ ଅଂଶୁଘାତ ମୁକାବିଲା ପାଇଁ ସ୍ବତନ୍ତ୍ର ୱାର୍ଡ୍ ସହିତ ଓଆରଏସ୍ ଗଚ୍ଛିତ ରଖାଯାଇଛି। ଅଧିକ ଉତ୍ତାପ ପରିସ୍ଥିତିରେ ୧୧ଟା ରୁ ୩ଟା ଭିତରେ ଶ୍ରମିକମାନଙ୍କ କାର୍ଯ୍ୟ ବାରଣ କରାଯିବ। ପାନୀୟ ଜଳ ଯୋଗାଣ, ନଳକୂପ ମରାମତି ଇତ୍ୟାଦି କାର୍ଯ୍ୟ ତ୍ବରାନ୍ବିତ କରାଯିବ। pic.twitter.com/4rQFvpXvgO
— I & PR Department, Odisha (@IPR_Odisha) March 27, 2021
ଅନ୍ୟପକ୍ଷରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିରେ ଦିନ ୧୧ଟାରୁ ୩ଟା ଭିତରେ ଶ୍ରମିକମାନଙ୍କୁ କାର୍ଯ୍ୟ କରିବାକୁ ବାରଣ କରାଯାଇଛି। ପାନୀୟ ଜଳ ଯୋଗାଇବା ସହିତ, ନଳକୂପ ମରାମତି ଇତ୍ୟାଦି କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ କୁହାଯାଇଛି। ଏଥିସହ ବିଦ୍ୟୁତ ସରବରାହ କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଟୁଇଟ ଯୋଗେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।


















