ଓଡ଼ିଶାଲାଇଭ ବ୍ୟୁରୋ

ସାମୁଦ୍ରିକ ଝଡ଼ ଫନି ପ୍ରଭାବରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ରାଜଧାନୀ ଭୁବନେଶ୍ୱର। ରାଜଧାନୀରେ ଅଧାରୁ ଅଧିକ ଗଛ ଭାଙ୍ଗିପଡ଼ିଥିବା ବେଳେ ଅନେକ ସଂଖ୍ୟାରେ ବିଦ୍ୟୁତ୍ ଖୁଣ୍ଟି ଉପୁଡ଼ି ପଡ଼ିଛି। ଏହାପରେ ପ୍ରଶାସନ ଲାଗି ପ୍ରଥମ ପ୍ରାଥମିକତା ଥିଲା ସବୁ ସ୍ଥାନକୁ ବିଜୁଳି ସଂଯୋଗ । ଏହାପରେ ବିଏମସି ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ସୋମବାରଠୁ ରାଜଧାନୀରେ ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍‌ ଜଳିବ। ଯାହା ଫନି ପରଠୁ ଗୋଟେ ପ୍ରକାର ବନ୍ଦ ରହିଥିଲା।

ବିଏମ୍‌ସି ଇଞ୍ଜିନିୟରିଂ ୱିଙ୍ଗ୍‌ର ଆସନ୍ତା ସୋମବାରଠାରୁ ଭୁବନେଶ୍ୱରରେ ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍‌ ଜଳିବା ନେଇ ଟିମ୍‌ ସୂଚନା ଦେଇଛି

ଅନ୍ୟପକ୍ଷରେ ଘରୋଇ ସଂସ୍ଥାରୁ ୪ ଜଣ ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କୁ ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ନିଯୋଗ କରାଯାଇଛି।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ବାତ୍ୟା ଫନିରେ ରାଜଧାନୀରେ ଲାଗିଥିବା ୬୦ ହଜାର ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍‌ର ୩୦ ପ୍ରତିଶତ ଏବଂ  ପାଖାପାଖି ୧୫୦୦ ଷ୍ଟ୍ରିଟ୍‌ ଲାଇଟ୍‌ପୋଲ୍‌ କ୍ଷୟକ୍ଷତି ହୋଇଛି। ତେବେ ସୋମବାର ସୁଦ୍ଧା ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment