ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସାଉଥ ସୁପରଷ୍ଟାର ଧନୁଷଙ୍କ ଅଭିନୟକୁ ଦର୍ଶକ ଯେତିକି ପସନ୍ଦ କରନ୍ତି ସେତିକି ତାଙ୍କ ବ୍ୟକ୍ତିତ୍ଵକୁ ପାଇଁ ବି। ଧନୁଷଙ୍କ ଅଭିନୟ,ତାଙ୍କ ଗୀତ,ତାଙ୍କ ଡାନ୍ସ ସବୁକିଛି ପାଇଁ ସେ ଲୋକପ୍ରିୟ।

ଧନୁଷ ପୁଣିଥରେ ସେ ତାଙ୍କ ଦେଶୀ ଅନ୍ଦାଜରେ ତାଙ୍କର ଯାଦୁ ଦେଖାଇଛନ୍ତି। ଧନୁଷଙ୍କ ପ୍ରଥମ ଇଣ୍ଟରନ୍ୟାସନାଲ ଫିଲ୍ମ The Extraodinary journey of the fakirର ଟ୍ରେଲର ପରେ ଏବେ ଫିଲ୍ମର ଗୀତ ମଦାରି ସୋସିଆଲ ମିଡିଆରେ ଧୂମ ମଚାଉଛି। ଏହି ଗୀତରେ ଧନୁଷଙ୍କ ସହିତ ଫ୍ରାନ୍ସ ଅଭିନେତ୍ରୀ ବେରେନିସ ଡ୍ରାନ୍ସ କରୁଥିବା ନଜର ଆସିଛନ୍ତି।

ଫ୍ରାନ୍ସ ଅଭିନେତ୍ରୀ ବେଜୋଙ୍କ ସହିତ ଧନୁଷଙ୍କ ଡାନ୍ସର ମସ୍ତିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏଇଆ କି ଓସ୍କାର ନୋମିନେଟେଡ ଏହି ଅଭିନେତ୍ରୀଙ୍କୁ ଧନୁଷ ନିଜେ ଦେଶୀ ଠୁମକାର କ୍ସାସ ଦେଇଛନ୍ତି।

ସେହିପରି ଅଭିନେତ୍ରୀ ବେରୋନିସ ବି ଧନୁଷଙ୍କୁ ଫ୍ରେଞ୍ଚ ଭାଷା ଶିଖାଇବାରେ ସାହାର୍ଯ୍ୟ କରିଛନ୍ତି।  Extraodinary journey of the fakir ଫିଲ୍ମ ଜୁନ୍୨୧ରେ ଭାରତ ସହିତ ମୋଟ ୭ଟି ଦେଶରେ ରିଲିଜ୍ ହେବ।

Comment