ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଦିନକରେ ୫୬ ହଜାର ୨୧୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୦ ଲକ୍ଷ ୯୫ ହଜାର ୮୮୫କୁ ବୃଦ୍ଧି ଘଟିଛି। ସେହିପରି ୨୪ ଘଣ୍ଟାରେ ୨୭୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୨ ହଜାର ୧୧୪କୁ ବୃଦ୍ଧି ଘଟିଛି।
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଏଯାବତ୍ ୧ କୋଟି ୧୩ ଲକ୍ଷ ୯୩ ହଜାର ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲା ବେଳେ ଆକ୍ଟିଭ୍ କେସ ୫ ଲକ୍ଷ ୪୦ ହଜାର ୭୨୦ ରହିଛି। ଦେଶରେ ଏଯାବତ୍ ୬ କୋଟି ୧୧ ଲକ୍ଷ ୧୩ ହଜାର ୩୫୪ ଜଣ ଟିକା ନେଇଛନ୍ତି। ଏବେ ମଧ୍ୟ ଦେଶରେ ଟିକାକରଣ ଜାରି ରହିଛି।
ଅନ୍ୟପଟେ ଦେଶରେ ଲଗାତର ଭାବେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହା ସରକାରଙ୍କ ଚିନ୍ତା ବଢ଼ାଇଛି। ସ୍ଥିତିକୁ କିଭଳି ନିୟନ୍ତ୍ରଣକୁ ଅଣାଯାଇପାରିବ ସେନେଇ ପ୍ରତିଦିନ ମାନସମନ୍ଥନ କରାଯାଉଛି।


















