ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କରାଯାଉଥିବା ପକ୍କା ଘରେ ଲାଗିପାରିବ ନାହିଁ ବିଜୁ ପକ୍କା ଘର ଲୋଗୋ। ମାର୍ଚ୍ଚ ୩୦ରେ ଏଥିପାଇଁ ଓଡିଶା ସରକାରଙ୍କୁ ଚିଠି ଲେଖି କହିଛନ୍ତି କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗର ପ୍ରମୁଖ ସଚିବ। ବିଜୁ ପକ୍କା ଘର ଲୋଗୋ ଅନୁମୋଦିତ ନୁହେଁ, ତେଣୁ ଏହାକୁ ବ୍ୟବହାର ନକରିବାକୁ ଚିଠିରେ ନିର୍ଦ୍ଦେଶ ରହିଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କରାଯାଉଥିବା ପକ୍କା ଘରେ ଦୁଇଟି ଯାକ ଲୋଗୋ ଥିବା ନେଇ ପ୍ରଥମେ ଆପତ୍ତି ଉଠାଇଥିଲା ବିଜେପି। ଏହାପରେ ଦଳ ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକ ପତ୍ର ଦେଇଥିଲା। ଏହାସହିତ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଭେଟି ତାଙ୍କର ହସ୍ତକ୍ଷେପ ମଧ୍ୟ ଲୋଡ଼ିଥିଲା।

ଗତବର୍ଷ ଅର୍ଥାତ ୨୦୨୦ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ଲୋଗୋ ବ୍ୟବହୃତ ହେବ ବୋଲି ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅଂଶଧନ ୬୦: ୪୦ ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା।

Comment