ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲୋଗୋକୁ ନେଇ ବିଧାନସଭାରେ ଆଜି ଶାସକ, ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଆବାସ ଯୋଜନାରେ ବିଜୁଙ୍କ ଲୋଗୋ ଲାଗିପାରିବ ନାହିଁ ବୋଲି ବିରୋଧୀ କହିଛନ୍ତି।

ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ‘‘କେନ୍ଦ୍ର ସରକାର ଅର୍ଥ ଦେଉଛନ୍ତି, ହେଲେ ଲୋଗୋରେ ବିଜୁଙ୍କ ଫଟୋ ରହୁଛି। ରାଜ୍ୟ ସରକାର ଟଙ୍କା ଦେବେ ନାହିଁ ଖାଲି ଲୋଗୋ ରଖିଲେ କେମିତି ହେବ?।’’

ଗୃହରେ ପ୍ରଦୀପ୍ତ ନାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ବିଜେଡି ବିଧାୟକ ପ୍ରମିଳା ମଲ୍ଲିକ। ‘‘ଯଦି ସରକାର ୪୦ ପ୍ରତିଶତ ଅର୍ଥ ଦେବେ, ତେବେ ବିଜୁ ବାବୁଙ୍କ ଫଟୋ କାହିଁକି ଲାଗିବନି? ଫଟୋ ଲଗାଇବାକୁ କ’ଣ କେନ୍ଦ୍ର ୬୦ ପ୍ରତିଶତ ଅର୍ଥ ଦେଉଛି କି?’’,କହିଛନ୍ତି ପ୍ରମିଳା ମଲ୍ଲିକ।

‘‘ଆବାସ ଯୋଜନାରେ କୌଣସି ବ୍ୟକ୍ତିଗତ ନାଁକୁ ଆମେ ବିରୋଧ କରୁଛି। ପ୍ରଧାନମନ୍ତ୍ରୀ କୌଣସି ଦଳର ନୁହନ୍ତି ସେ ଦେଶର ପ୍ରଧାନମନ୍ତ୍ରୀ ତେଣୁ ପ୍ରଧାନମନ୍ତ୍ରୀ ଲୋଗୋ ଲାଗୁ”, କହିଛନ୍ତି ପ୍ରଦୀପ୍ତ ନାୟକ।

Comment