ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ପୋଲିସ ପ୍ରଶାସନ ପକ୍ଷରୁ ରିଜର୍ଭ ପଡ଼ିଆରେ ୮୬ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମିନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପାଠକରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିସହ କାର୍ଯ୍ୟକ୍ରମରେ ୫ଜଣ ପୋଲିସ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା।

“ପୋଲିସ କର୍ମଚାରୀ ସବୁବେଳେ ବିନମ୍ର ହେବା ଦରକାର ଏବଂ ପୋଲିସ ନିଜକୁ ଜଣେ ଜନସାଧାରଣ ବୋଲି ଭାବିବା ଦରକାର” କହିଥିଲେ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମିନା।

ପୋଲିସ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ନବରଙ୍ଗପୁର ଜିଲ୍ଲା ଦୌରା ଜଜ୍ ଅଶୋକ କୁମାର ପଣ୍ଡା, ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର, ଡିଏଫଓ ମଗର ଧନଜୀ ରାଓସ, ଡ଼ିଆଇଜି ସିଆରପିଏଫ ବିଜୟ କୁମାର, ସିଆରପିଏଫ କମାଣ୍ଡେଣ୍ଟ ପ୍ରମୋଦ କୁମାର ସାହୁ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କମାଣ୍ଡେଣ୍ଟ ଅଲୋକ ଅବସ୍ଥି, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ମିତ୍ର ଭାନୁ ମହନ୍ତ, ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ, ପାପଡାହାଣ୍ଡି ଡ଼ିଏସପି ଆଦିତ୍ୟ ସେନ, ଏଡିସନାଲ ଏସପି ସିଏଚ ହୃଦାନନ୍ଦ , ଜୟ କୃଷ୍ଣ ବେହେରା, ପ୍ରଭାକର ହରିଜନ, ହେମନ୍ତ ହରିଜନ, ସିଆରପିଏଫ କନେଷ୍ଟବଳ ଜୟସିଂ ନାୟକ, ଅରୁଣ ସୁନା, ସପନ ମିଶ୍ର ପ୍ରମୁଖଙ୍କ ସମେତ ବହୁ ପୋଲିସ, ସିଆରପିଏଫ ଅଧିକାରୀ ଉପସ୍ଥିତ ଥିଲେ।

Comment