ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲାକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ଛତିଶଗଡ଼ ବିଜାପୁରରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ରବିବାର ହୋଇଥିବା ବଡ଼ ଧରଣର ଗୁଳି ବିନିମୟରେ ୨୪ ଜଣ ଯବାନ ସହିଦ ହୋଇଛନ୍ତି। ଏମାନଙ୍କ ଭିତରେ ୭ ଜଣ କୋବ୍ରା ଯବାନ, ୮ ଜଣ ଡିଆରଜି ଯବାନ, ୬ ଜଣ ଏସ୍‌ଟିଏଫ୍‌ ଯବାନ, ଏବଂ ବସ୍ତିରିୟା ଡିଭିଜନର ଜଣେ ଯବାନ ଥିଲା ବେଳେ ଏବେ ବି କିଛି ଯବାନ ନିଖୋଜ ଥିବା ବିଜାପୁର ଏସ୍‌ପି ସୂଚନା ଦେଇଛନ୍ତି। ସେହିପରି ଯବାନଙ୍କ ଗୁଳିରେ ପ୍ରାୟ ୧୫ ଜଣ ନକ୍ସଲ ନିହତ ହୋଇଛନ୍ତି।

ଅନ୍ୟପଟେ ସୋମବାର ଦିନ ବିଜାପୁରରେ ପହଞ୍ଚି ଗୃହମନ୍ତ୍ରୀ ଅମିତ ଶାହ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି, ଏହାର କଡ଼ା ଯବାବ ଦିଆଯିବ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଏହାସହିତ ଏତେ ବଡ଼ ଘଟଣା କିପରି ଘଟିଲା, କେଉଁଠି ଭୁଲ ରହିଲା ଏନେଇ ଗୃହମନ୍ତ୍ରୀ ଉଚ୍ଚପଦସ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିବେ।

ରବିବାର ଘଟିଥିବା ଏହି ହୃଦୟ ବିଦାରକ ଘଟଣାର ମାଷ୍ଟରମାଇଣ୍ଡ ଥିଲେ ମାଓବାଦୀ ମାଡବି ଇଡମା। ତାଙ୍କରି ନେତୃତ୍ୱରେ ଯବାନଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା।  ବିଜାପୁର, ସୁକମା ଜିଲ୍ଲା ଅନ୍ତର୍ଗତ ଜଙ୍ଗଲରେ ଯବାନମାନେ ଏକ ସ୍ୱତନ୍ତ୍ର ଅପରେସନ କରୁଥିଲେ। ମାଓବାଦୀମାନେ ଖବର ପାଇ ଯବାନଙ୍କ ଉପାରେ ଆକ୍ରମଣ କରୁଥିଲେ।

Comment