ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାଲିଆନାଓ୍ୱାଲାବାଗ ହତ୍ୟାକାଣ୍ଡ। ଭାରତ ଇତିହାସରେ ଏକ କଳା ଦିବସ। ଏହି ଘଟଣା ପ୍ରତି ଭାରତୀୟଙ୍କୁ ମନେ ପକାଇଥାଏ ବ୍ରିଟିଶମାନଙ୍କ କ୍ରୁରତା। କିଭଳି ବ୍ରିଟିଶମାନେ ନୃଂଶସ ଭାବେ ହଜାର ହଜାର ଲୋକଙ୍କୁ ମାରିଥିଲେ। ୧୯୧୯ ଏପ୍ରିଲ ୧୩ ତାରିଖରେ ଏହି ଦୁଃଖଦ ଘଟଣା ଘଟିଥିଲା।

ହତ୍ୟାକାଣ୍ଡର ମୁଖ୍ୟ ଦୋଷୀ ଥିଲେ ବ୍ରିଗେଡିୟର୍ ଜେନେରାଲ୍ ରେଜିନାଲ୍ଡ ଡାୟାର୍ ଏବଂ ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର ମାଇକେଲ୍ ଡାୟାର। ୧୯୨୭ରେ ଗମ୍ଭୀର ରୋଗ କାରଣରୁ ରେଜିନାଲ୍ଡ ଡାୟାରଙ୍କ ମୃତ୍ୟୁ ହୋଇଯାଇଥିଲା। ହେଲେ ମାଇକେଲ୍ ଡାୟାର ଜୀବିତ ଥିଲୋ।

ଘଟଣାର ୨୧ ବର୍ଷ ପରେ ଜଣେ ଯୁବକ ତାଙ୍କ ପିଛା କରୁଥିଲେ ଏବଂ ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ତାଙ୍କୁ ଗୁଳି ମାରି ହତ୍ୟାକାଣ୍ଡର ପ୍ରତିଶୋଧ ନେଇଥିଲୋ ସେ ଯୁବକ ଜଣକ ଥିଲେ ଉଦ୍ଧମ ସିଂହ।

ପଞ୍ଜାବ ଅମୃତସର ସ୍ୱର୍ଣ୍ଣମନ୍ଦିର ନିକଟରେ ଜାଲିଆନାଓ୍ୱାଲାବାଗ ନାମକ ସ୍ଥାନରେ ରୌଲଟ ଆକ୍ଟ ବିରୋଧରେ ହଜାର ହଜାର ଲୋକ ଏକତ୍ର ହୋଇଥିଲୋ ସେଠରେ ସଭା କରୁଥିଲୋ ସେହି ସମୟରେ ଇଂରେଜମାନେ ଅଚାନକ ଆଖିବୁଜା ଗୁଳି ଚାଳନା କରିଥିଲୋ

ଏହି ଘଟଣାରେ ପାଖାପାଖି ୪୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ୨୦୦୦ ଲୋକ ଆହତ ହୋଇଥିଲୋ ଗୁଳିରୁ ବଞ୍ଚିବାକୁ ନିଜ ପିଲାଙ୍କୁ ଧରି ଅନେକ ମହିଳା କୂଅକୁ ଡେଇଁ ପଡ଼ିଥିଲୋ ଭାରତର ସ୍ୱାଧିନତା ସଂଗ୍ରମାରେ ଏହା କଳା ଅଧ୍ୟାୟା

ଇଟାର କାନ୍ଥରେ ୧୦୦ ବର୍ଷ ପୂର୍ବେ ବାଜିଥିବା ଏହି ଗୁଳିର ଚିହ୍ନ ଧିରେ ଧିରେ କ୍ଷୟ ହେବାକୁ ଲାଗିଲାଣି। ୧୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଏହି ଲୋମଟାଙ୍କୁରା ଘଟଣାରେ ୧୬୫୦ ରାଉଣ୍ଡ ଗୁଳି ବର୍ଷା ହୋଇଥିଲା

Comment