ଓଡ଼ିଶାଲାଇଭ୍ ବ୍ୟୁରୋ

ବିଟେକ୍ ଓ ବି.ଫାର୍ମାର ଲାଟେରାଲ ଏଣ୍ଟ୍ରି, ଏମବିଏ ଓ ଏମସିଏରେ ନାମଲେଖା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଜୁନ୍ ୧୭ରୁ ୨୪ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପ୍ରବେଶିକା ପରୀକ୍ଷା ପାଇଁ ଏପ୍ରିଲ ୧୪ରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଏହି ଆବେଦନ ପ୍ରକ୍ରିୟା ମେ’ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ଜୁନ୍ ପ୍ରଥମ ସପ୍ତାହରେ ଛାତ୍ରଛାତ୍ରୀମାନେ ଆଡମିଟ୍ କାର୍ଡ ପାଇବେ। ଏହି ଆଡମିଟ୍ କାର୍ଡ ଓଜେଇଇର ୱେବ୍‌ସାଇଟରେ ପ୍ରକାଶ ପାଇବ। ଅଧିକ ତଥ୍ୟ ଓଜେଇଇର ୱେବସାଇଟ୍ www.ojee.nic.in ରେ ପାଇପାରିବେ ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଛି।

LEAVE A REPLY

Please enter your comment!
Please enter your name here