ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୧ ନିମନ୍ତେ ଦରଖାସ୍ତ ଆବେଦନର ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏଣିକି ଜୁଲାଇ ୩୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଓଜେଇ ପାଇଁ ଅନଲାଇନ୍ ଯୋଗେ ଆବେଦନ କରିପାରିବେ। ସେହିପରି ପରୀକ୍ଷା ପାଇଁ ଫି ପୈଠ ତାରିଖକୁ ଅଗଷ୍ଟ ୨ ଯାଏଁ ବଢ଼ାଯାଇଛି। ଏନେଇ ସୋମବାର ଓଜେଇଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।  ଏଥିସହିତ ବିଜ୍ଞପ୍ତିରେ କୁହାଯାଇଛି ଯେ, କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷାର୍ଥୀମାନେ ଯେପରି ସୁବିଧାରେ ପରୀକ୍ଷା ଦେଇପାରିବେ ସେଥିପାଇଁ ପୂର୍ବ ନିର୍ଦ୍ଧାରିତ କେନ୍ଦ୍ରଗୁଡ଼ିକ ସହିତ ଆଉ ୯ଟି ନୂଆ କେନ୍ଦ୍ରକୁ ସାମିଲ କରାଯାଇଛି। ଏହାକୁ ମିଶାର ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ଛାତ୍ରଛାତ୍ରୀମାନେ ଅନଲାଇନ୍ ଯୋଗେ ପରୀକ୍ଷା ଦେଇପାରିବେ। ଏହି ୯ଟି ପରୀକ୍ଷା କେନ୍ଦ୍ର ହେଲା – ଭବାନୀପାଟଣା, ପୁରୀ, ବୌଦ୍ଧ, ଦେବଗଡ଼, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, କେନ୍ଦ୍ରାପଡ଼ା ଓ ସୋନପୁର।

ସେହିପରି ଓଡ଼ିଶା ବାହାରେ ରାଞ୍ଚି, ପାଟ୍‌ନା ଏବଂ କୋଲ୍‌କାତା ଆଦି ୩ଟି କେନ୍ଦ୍ରରେ ମଧ୍ୟ ଛାତ୍ରଛାତ୍ରୀମାନେ ଓଜେଇଇ ଦେଇପାରିବେ।

LEAVE A REPLY

Please enter your comment!
Please enter your name here