ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଏଣ୍ଟ୍ରାନ୍ସ ରେଜଲ୍ଟ ପ୍ରକାଶ ପାଇଛି। ଉଭୟ ଅନଲାଇନ୍ ଏବଂ ଅଫଲାଇନରେ ପରୀକ୍ଷା ଫଳ ପ୍ରକାଶ ପାଇଛି। ସଚିବାଳୟର ବିଭାଗୀୟ କାର୍ଯ୍ୟାଳୟରେ ରେଜଲ୍ଟ ବାହାରିବା ସହ ଓଜେଇଇ ପୁସ୍ତିକା ଉନ୍ମୋଚିତ ହୋଇଛି।

ଓଜେଇଇରେ ଟପ୍ପର ହୋଇଥିବା ବିଦ୍ୟାର୍ଥୀ ହେଲେ ବି ଫାର୍ମର ସମୀର କୁମାର ପାଢ଼ି, ବିଟେକର ସ୍ୱାତୀ ମହାନ୍ତି, ଏମଟେକର ପ୍ରଦୀପ କୁମାର ବାରିକ, ଏମବିଏର ପ୍ରଦୀପ କୁମାର କମ୍ପ, ଏମସିଏର ସ୍ମୀତାରାଣୀ ଚୌଧୁରୀ ଓ ଏମ୍ ଫାର୍ମର ଅତ୍ୟୁର୍ମିଲା ଚକ୍ରବର୍ତ୍ତୀ ଟପ୍ପର ହୋଇଥିବା ବେଳେ ଲାଟେରାଲ ଏଣ୍ଟ୍ରି ବିଏସସିର ଭବାନୀ ଶଙ୍କର ବେହେରା, ଇଣ୍ଟିଗ୍ରେଟେଡ ଏମବିଏର ସ୍ୱୀକୃତି ମହାପାତ୍ର, ଲାଟେରାଲ ଏଣ୍ଟ୍ରି ଏମସିଏର ସୁମନ୍ତ ପାତ୍ର, ଲାଟେରାଲ ଏଣ୍ଟ୍ରି ଫାର୍ମାସୀର ଅମିତ କୋଟାଲ, ଲାଟେରାଲ ଏଣ୍ଟ୍ରି ଏମସିଏରେ ସୁମନ୍ତ ପାତ୍ର ଟପ୍ପର ହୋଇଛନ୍ତି।

ମେ’ ୧୮ରେ ଓଜେଇଇ ଅଫଲାଇନ୍ ପରୀକ୍ଷା ହୋଇଥିବା ବେଳେ ଜୁନ୍ ୮ ଏବଂ ୯ରେ ଓଜେଇଇ ଅନଲାଇନ ପରୀକ୍ଷା ହୋଇଥିଲା।

Comment