ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ ମହାସମରରେ ଆଜି ସନ୍ଧ୍ୟାରେ ଦେଖିବାକୁ ମିଳିବ ଏକ ଦମ୍‌ଦାର ମୁକାବିଲା। କାହିଁକି ନା ଆଜି ପଞ୍ଜାବ କିଙ୍ଗ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ମୁମ୍ଵାଇର ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମରେ ଖେଳାଯିବ।

ଟୁର୍ଣ୍ଣାମେଣ୍ଟରେ ଏହି ଦୁଇଟି ଯାକ ବେଶ୍ ମଜବୁତ ଦଳ ଭାବେ ଜଣା। ଆଇପିଏଲର ଚଳିତ ସଂସ୍କରଣରେ ପଞ୍ଜାବ ରାଜସ୍ଥାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଜିତି ଭଲ ପ୍ରଦର୍ଶନ କରିଛି। ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ନିଜର ଯୁବ ପାଓ୍ଵାର ଦେଖାଇଛି। ତେଣୁ ଆଜିର ଏହି ସୁପର ମୁକାବିଲାରେ କିଏ ବାଜିମାତ୍ କରିବ ତାହା ଦେଖିବା ବାକି ରହିଲା।

ପଞ୍ଜାବ କିଙ୍ଗସ୍

କେଏଲ୍ ରାହୁଲ (ଅଧିନାୟକ), କ୍ରିସ୍ ଗେଲ୍, ଦାଓ୍ଵିଡ୍ ମଲାନ୍, ଦିପକ୍ ହୁଡ୍ଡା, ମନ୍ଦୀପ ସିଂହ, ମୟଙ୍କ ଅଗ୍ରଓ୍ଵାଲ୍, ସର୍ଫରାଜ ଖାନ୍, ସାହାରୁଖ ଖାନ୍, ଫବିଆନ୍ ଆଲେନ୍, ଜଲାଜ୍ ସକ୍ସେନା, ମୋଇସେସ୍ ହେନେରିକ୍ୟୁସ୍, ଉତ୍କର୍ସ ସିଂହ, ନିକୋଲାସ୍ ପୁରନ୍, ପ୍ରଭିସିମରନ୍ ସିଂହ, ଅର୍ସଦିପ୍ ସିଂହ, କ୍ରିସ୍ ଜୋରଦାନ୍, ଦର୍ଶନ ନାଲକାଣ୍ଡେ, ହର୍‌ପ୍ରୀତ ବ୍ରାର୍, ଈଶାନ୍ ପୋରେଲ୍, ଝି ରିଚାର୍ଡସନ୍, ମହମ୍ମଦ ସାମି, ମୁରୁଗାନ୍ ଅଶ୍ଵିନ, ରବି ବିଷ୍ଣୋଇ, ରିଲେ ମେରେଦିଥ୍, ସୌରଭ କୁମାର।

ଦିଲ୍ଲୀ କ୍ୟାପିଟାଲ୍ସ

ରିଷଭ୍ ପନ୍ତ (ଅଧିନାୟକ), ଆଜିଙ୍କ୍ୟ ରାହାଣେ, ପୃଥ୍ଵୀ ଶ’, ରିପାଲ ପଟେଲ, ଶିଖର ଧଓ୍ଵନ, ସିସ୍ରୋନ୍ ହେଟମିର, ଷ୍ଟିଭ୍ ସ୍ମିଥ୍, ଅକ୍ଷର ପଟେଲ୍, କ୍ରିସ୍ ଓ୍ଵକ୍ସ, ଲଳିତ ଯାଦବ, ମାର୍କସ୍ ଷ୍ଟୋନିସ୍, ରବିଚନ୍ଦ୍ରନ୍ ଅଶ୍ଵିନୀ, ସାମ୍ ବିଲିଙ୍ଗସ୍, ବିଷ୍ଣୁ ବିନୋଦ, ଅମିତ ମିଶ୍ରା, ଅନରିଚ୍ ନର୍ଟଯେ, ଅବେଶ୍ ଖାନ୍, ଈଶାନ୍ତ ଶର୍ମା, କାଗିସୋ ରାବାଡା, ଲୁକମ୍ୟାନ ମେରିଆଲା, ଏମ ସିଦ୍ଧାର୍ଥ, ପ୍ରବୀଣ ଦୁବେ, ଟମ୍ କୁରାନ୍, ଉମେଶ ଯାଦବ।

Comment