ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଆସନକୁ ନେଇ ବଢ଼ିଛି ଦ୍ୱନ୍ଦ୍ୱ। ଏହି ଆସନକୁ ନେଇ ପଶ୍ଚିମବଙ୍ଗର ଦୁଇ ହେବିୱେଟ୍ ନେତାଙ୍କ ଭିତରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଏଠାରେ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରହିଥିବା ବେଳେ ଅନ୍ୟପଟେ ବିଜେପି ପକ୍ଷରୁ ଶୁଭେନ୍ଦୁ ଅଧିକାରୀ ପ୍ରାର୍ଥୀ ହୋଇଛନ୍ତି। ନିର୍ବାଚନ ତଥ୍ୟ ଅନୁସାରେ, ଶୁଭେନ୍ଦୁ ଅଧିକାରୀ ଟିଏମ୍‌ସି ପ୍ରାର୍ଥୀ ମମତା ବାନାର୍ଜୀଙ୍କଠାରୁ ୫ହଜାର ଭୋଟରେ ଆଗୁଆ ରହିଛନ୍ତି।

ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଟିଏମସି ସହ ରହିଥିଲେ। ଗତବର୍ଷ ଡିସେମ୍ବର ମାସରେ ସେ ଦଳ ଛାଡ଼ି ବିଜେପିରେ ମିଶିଥିଲେ। ବିଜେପିରେ ମିଶିବା ପରେ ସେ ନନ୍ଦୀଗ୍ରାମରେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ। ପ୍ରଚାର ସମୟରେ ଶୁଭେନ୍ଦୁ କହିଥିଲେ, ୫୦ ହଜାର ଭୋଟ ବ୍ୟବଧାନରେ ମୁଁ ଦିଦିଙ୍କୁ ହରାଇବି। ଯଦି ନ ହରାଇପାରିଲି, ତେବେ ମୁଁ ରାଜନୀତି ଛାଡ଼ିଦେବି।

ଆଗକୁ ଅନେକ ରାଉଣ୍ଡ ଗଣତି ବାକି ଥିବାବେଳେ, କିଏ ନନ୍ଦିଗ୍ରାମ ଆସନ ଦଖଲ କରୁଛି ତାହା ଏବେ ରାଜନୈତିକ ମାହୋଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ଭୋଟ ଗଣତି ଅନୁଯାୟୀ, ଦିନ ୧୨ଟା ସୁଦ୍ଧା ଟିଏମସି ୨୦୧ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୮୮ ଟିରେ ଲିଡ୍ କରୁଛି। ଅନ୍ୟାନ୍ୟ ଦଳ ୩ଟି ଆସନରେ ଆଗୁଆ ରହିଛନ୍ତି।

Comment