ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କୁ ହରାଇବାପରେ ପଶ୍ଚିମବଙ୍ଗ ବିଜେପି ପାଇଁ ବଡ଼ ଚେହେରା ପାଲଟିଛନ୍ତି ଶୁଭେନ୍ଦୁ ଅଧିକାରୀ। ତେବେ କେମିତି ଥିଲା ଏହି ନେତାଙ୍କ ରାଜନୈତିକ କ୍ୟାରିୟର?

ଏକଦା ମମତା ବାନାର୍ଜୀଙ୍କ ବିଶ୍ୱସ୍ତ ଥିଲେ ଶୁଭେନ୍ଦୁ ଅଧିକାରୀ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପରେ ସେ ଥିଲେ ଟିଏମସିର ଦ୍ୱିତୀୟ ଶକ୍ତିଶାଳୀ ନେତା। ତାଙ୍କ ବିନା ନିର୍ଦ୍ଦେଶରେ ଦିଦିଙ୍କ ଭେଟ ମିଳୁନଥିଲା। ସରକାରରେ କ’ଣ ହେବ ଏବଂ ସଙ୍ଗଠନରେ କାହାକୁ କେଉଁ ଦାୟିତ୍ୱ ଦିଆଯିବ ସେ ସବୁର ଦାୟିତ୍ୱ ତୁଲାଉଥିଲେ ଶୁଭେନ୍ଦୁ। ଅନ୍ୟ ଅର୍ଥରେ କହିବାକୁ ଗଲେ, ତାଙ୍କ ଗୋଟି ଚାଳନା ବିନା ଟିଏମସିରେ ପତ୍ର ହଲୁନଥିଲା।ରାଜନୈତିକ ପରିବାରରେ ଶୁଭେନ୍ଦୁଙ୍କ ଜନ୍ମ

ଶୁଭେନ୍ଦୁ ଅଧିକାରୀଙ୍କ ଜନ୍ମ ସ୍ୱାଧୀନତା ସଂଗ୍ରାମୀ ତଥା ରାଜନୈତିକ ପରିବାରରେ ହୋଇଥିଲା। ବାପା ଶିଶିର ଅଧିକାରୀ ପଞ୍ଚାୟତସ୍ତରରୁ ନିର୍ବ।ଚନ ଜିତି ଶେଷରେ ସାଂସଦ ହୋଇଥିଲେ। ଏଥିସହ ୨୦୦୯ ଅର୍ଥ।ତ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମନ୍ତ୍ରୀମଣ୍ଡଳରେ କେନ୍ଦ୍ରୀୟ ରାଜ୍ୟ ମନ୍ତ୍ରୀ ଭାବେ ମଧ୍ୟ କାମ କରିଛନ୍ତି ଶିଶିର ଅଧିକାରୀ। କେବଳ ବାପା ଶିଶିର କିମ୍ବା ଶୁଭେନ୍ଦୁ ନୁହନ୍ତି, ତାଙ୍କ ପରିବାରରେ ଆଉ ୨ ଜଣ ଭାଇ ମଧ୍ୟ ରାଜନୈତିକ ମୈଦାନରେ ସଫଳତା ହାସଲ କରିଛନ୍ତି। ୨୦୧୬ରେ ଶୁଭେନ୍ଦୁ ସାଂସଦ ପଦରୁ ଇସ୍ତଫା ଦେବା ପରେ ଭାଇ ଦିବ୍ୟେନ୍ଦୁ ଅଧିକାରୀ ଉପ-ନିର୍ବ।ଚନରେ ଜିତିଥିଲେ। ୨୦୧୯ରେ ମଧ୍ୟ ସେ ଏହି ଲୋକସଭା ଆସନରେ ଟିଏମସି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ।

ଶୁଭେନ୍ଦୁଙ୍କ ରାଜନୈତିକ କ୍ୟାରିୟର

ଶୁଭେନ୍ଦୁ ଅଧିକାରୀ ୧୯୯୫ରେ ପ୍ରଥମଥର ପାଇଁ କଂଗ୍ରେସ ଟିକେଟରେ କନ୍ତାଇ ମୁନିସପାଲଟି ନିର୍ବ।ଚନରେ କାଉନସିଲର ଭାବେ ବିଜୟ ହାସଲ କରିଥିଲେ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଗୋଟିଏ ପରେ ଗୋଟିଏ ନିର୍ବ।ଚନ ଜିତି ସଫଳତାର ସିଡ଼ି ଚଢ଼ିଲେ। ୨୦୦୬ରେ କାନ୍ତି ଦକ୍ଷିଣ ଆସନରୁ ନିର୍ବ।ଚନ ଜିତି ପ୍ରଥମଥର ବିଧାନସଭାରେ ପାଦ ଥାପିଲେ।କେମିତି ଟିଏମସିରେ ଯୋଗଦେଲେ ଶୁଭେନ୍ଦୁ?

୨୦୦୭ ମସିହାରେ ତତ୍କାଳୀନ ବାମମେଣ୍ଟ ସରକାରଙ୍କ ଜମି ଅଧିଗ୍ରହଣ ବିରୋଧରେ ସ୍ୱର ଉଠାଇ ଚର୍ଚ୍ଚ।କୁ ଆସିଥିଲେ ଶୁଭେନ୍ଦୁ। ଭୂମି ଉଚ୍ଛେଦ ପ୍ରତିରୋଧ ସମିତିର ନେତୃତ୍ୱ ନେଇ ଟିଏମସି ଶାସନକୁ ଆସିବା ପାଇଁ ମଞ୍ଜି ପୋତିଥିଲେ। ୨୦୧୧ରେ ମମତା ବାନାର୍ଜୀ ସରକାରକୁ ଆସିବା ପଛରେ ଏହି ଆନ୍ଦୋଳନ ପ୍ରମୁଖ ଭୂମିକା ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହୁଏ। ମମତା ବାନାର୍ଜୀଙ୍କ ସଂସ୍ପର୍ଶରେ ଆସିବା ପରେ ଶୁଭେନ୍ଦୁ ଅଧିକ ଶକ୍ତିଶାଳୀ ହୋଇଥିଲେ।

୨୦୦୯ରେ ତାମଲୁକ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ଟାଣୁଆ ସିପିଏମ ନେତା ଲକ୍ଷ୍ମଣ ସେଠଙ୍କୁ ୧ ଲକ୍ଷ ୭୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ସଂସଦକୁ ଆସିଥିଲେ। ୨୦୧୪ରେ ମୋଦି ସୁନାମି ସତ୍ତ୍ୱେ ପୁଣିଥରେ ଦ୍ୱିତୀୟଥର ନିର୍ବ।ଚନ ଜିତି ଲୋକସଭାକୁ ନିର୍ବ।ଚିତ ହୋଇଥିଲେ। କିନ୍ତୁ ୨୦୧୬ରେ ଲୋକସଭାରୁ ଇସ୍ତଫା ଦେଇ ବିଧାନସଭାରେ ପହଞ୍ଚିଥିଲେ। ନନ୍ଦିଗ୍ରାମ ବିଧାନସଭା ଆସନରୁ କଂଗ୍ରେସ ଓ ବାମମେଣ୍ଟ ପ୍ରାର୍ଥୀ ଅବ୍ଦୁଲ କାଦ୍ରି ଶେଖ୍‌ଙ୍କୁ ୬୭ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହରାଇଥିଲେ।ଦିଦି ଓ ଶୁଭେନ୍ଦୁଙ୍କ ମଧ୍ୟରେ ଫାଟ

ଧୀରେ ଧୀରେ ମମତା ଓ ଶୁଭେନ୍ଦୁଙ୍କ ମଧ୍ୟରେ ଥିବା ସମ୍ପର୍କରେ ଫାଟ ସୃଷ୍ଟି ହେବା ସହ ବିଚାରରେ ମଧ୍ୟ ପରିବର୍ତ୍ତନ ଆସିଥିଲା। ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନନ୍ଦିଗ୍ରାମରୁ ପ୍ରାୟ ୧୯ଶହରୁ ଅଧିକ ଭୋଟ୍‌ରେ ହରାଇବା ପରେ ଏବେ ସବୁଠି ତାଙ୍କର ଚର୍ଚ୍ଚ।। ଦିନଥିଲା ଶୁଭେନ୍ଦୁ ଅଧିକାରୀଙ୍କୁ ଦିଦିଙ୍କ ଅତି ନିକଟତର କୁହାଯାଉଥିଲା। କିନ୍ତୁ ଦିଦିଙ୍କ ପୁତୁରା ଅଭିଶେକ ବାନାର୍ଜୀଙ୍କ ଆଗମନ ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା।

ମମତାଙ୍କ ଦ୍ୱିତୀୟ ଥର ଶାସନରେ ଶୁଭେନ୍ଦୁଙ୍କୁ ପରିବହନ ମନ୍ତ୍ରୀ ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପଦ ଦିଆଯାଇଥିଲା। ସିଙ୍ଗୁର ଓ ନନ୍ଦିଗ୍ରାମରେ ହୋଇଥିବା ଆନ୍ଦୋଳନ ପାଇଁ ଶୁଭେନ୍ଦୁ ଦିଦିଙ୍କ ଅତି ନିକଟତର ହୋଇପାରିଥିଲେ। ତାଙ୍କୁ ଟିଏମସିର ଦ୍ୱିତୀୟ ଶକ୍ତିଶାଳୀ ବ୍ୟକ୍ତି କୁହାଯାଉଥିଲା। ଏମିତିକି, ବାପା ଶିଶିର ଓ ଶୁଭେନ୍ଦୁ ଟିଏମସିର ସଂସ୍ଥାପକ ସଦସ୍ୟ ମଧ୍ୟ ଥିଲେ। କିନ୍ତୁ ହଠାତ୍ ଦିଦି ଓ ଶୁଭେନ୍ଦୁଙ୍କ ମଧ୍ୟରେ ଦୂରତା ବଢ଼ିଥିଲା।

ଫାଟ ସୃଷ୍ଟିର କାରଣ

ଟିଏମସି ଦଳରୁ ଦୁଇ ଟାଣୁଆ ଓ ଆଗଧାଡ଼ିର ନେତାଙ୍କ ମଧ୍ୟରେ ବିବାଦର ମୁଖ୍ୟ କାରଣ ଥିଲା, ମମତାଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ପୁତୁରା ଅଭିଶେକ ବାନାର୍ଜୀଙ୍କ ଆଗମନ। ଏହାସହ ନର୍ବାଚନ ପରିଚାଳନା କରି ସଫଳତା ପାଇଥିବା ପ୍ରଶାନ୍ତ କିଶୋରଙ୍କ ପାଇଁ ମଧ୍ୟ ଦିଦି ଓ ଶୁଭେନ୍ଦୁଙ୍କ ମଧ୍ୟରେ ଫାଟ ହୋଇଥିବା କୁହାଯାଉଛି।

ପଶ୍ଚିମବଙ୍ଗରେ ବିଜେପିର ବଡ଼ ଚେହେରା ଶୁଭେନ୍ଦୁ

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ଟକ୍କର ଦେଲାଭଳି ଅନ୍ୟ କୌଣସି ଦଳରେ ନେତା ନାହାଁନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ, ଏବେ ସେଠାରେ ବିଜେପି ପାଇଁ ବଡ଼ ଚେହେରା ପାଲଟିଛନ୍ତି ଶୁଭେନ୍ଦୁ ଅଧିକାରୀ। ଏମିତିକି ନିର୍ବାଚନ ସମୟରେ ଜାତୀୟ ସ୍ତରର ବିଜେପି ନେତାମାନେ ସେଠାକୁ ଯାଇ ପ୍ରଚାର କାର୍ଯ୍ୟରେ ନିୟୋଜିତ ହେଉଥିବା ନଜିର ରହିଛି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଟିଏମସି ନେତ୍ରୀ ବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନନ୍ଦିଗ୍ରାମରୁ ହରାଇବା ପରେ, ସେଠାରେ ଦଳକୁ ମିଳିଛି ଏକ ପ୍ରମୁଖ ଚେହେରା। ଭବିଷ୍ୟତରେ ଏହି ଚେହେରା ପଶ୍ଚିମବଙ୍ଗରେ ବିଜେପିର ମଙ୍ଗ ଧରିବ ବୋଲି ରାଜନୈତିକ ମାହୋଲରେ ଚର୍ଚ୍ଚା ହେଉଛି।ନନ୍ଦିଗ୍ରାମରେ ଦିଦିଙ୍କୁ ଦେଲେ ଟକ୍କର

୨୦୧୯ ସାଧାରଣ ନିର୍ବ।ଚନରେ ବିଜେପି ପଶ୍ଚିମବଙ୍ଗରେ ଆଶାତୀତ ସଫଳତା ପାଇବା ପରେ ଶୁଭେନ୍ଦୁ ପଦ୍ମ ମୁହାଁ ହୋଇଥିବା ଜଣାପଡ଼ିଛି। ସାଧାରଣ ନିର୍ବ।ଚନର କିଛି ଦିନ ପରେ ଶୁଭେନ୍ଦୁ ଟିଏମସିର ବ୍ୟାନର ବିନା ଏକ ବଡ ସଭାର ଆୟୋଜନ କରିଥିଲେ। ଯେିଁଥିରେ ୬ ଜଣ ଟିଏମସି ବିଧାୟକ ମଧ୍ୟ ସାମିଲ ଥିଲେ। ଯାହାକୁ ନେଇ ଦିଦି ଶୁଭେନ୍ଦୁଙ୍କ ଉପରେ ଅଧିକ ଖପ୍ପା ହୋଇଥିଲେ ବୋଲି ଶୁଣିବାକୁ ମିଳୁଛି। ଏହାପରେ ସେ ଟିଏମ୍‌ସି ଛାଡି ବିଜେପିରେ ସାମିଲ ହୋଇଥିଲେ।

ଚଳିତ ବର୍ଷ ନିର୍ବ।ଚନରେ ମମତାଙ୍କୁ ମାତ୍ ଦେଇ ନିଜ ଗଡ଼ ଜିତିବାପରେ ଶୁଭେନ୍ଦୁଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ସେ ନିଜର ପ୍ରତିକ୍ରିୟାରେ ନନ୍ଦିଗ୍ରାମର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ତାଙ୍କୁ ନନ୍ଦିଗ୍ରାମର ବିଧାୟକଭାବେ ଚୟନ କରିଥିବାରୁ ଏବଂ ସେମାନଙ୍କ ଭଲ ପାଇବା, ବିଶ୍ୱାସ, ଆଶୀର୍ବାଦ ଓ ସମର୍ଥନ ପାଇଁ ମୁଁ କୃତଜ୍ଞ ବୋଲି କହିଛନ୍ତି ଶୁଭେନ୍ଦୁ ।

Comment