ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହମାରୀର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ଆଶା ସଞ୍ଚାର କରିଛି କୋଭିଡ୍‌ ଟିକା। ଟିକା କେତେ ସୁରକ୍ଷିତ? କିଏ ନେବେ କି ନାହିଁ? ନେବା ପୂର୍ବରୁ କ’ଣ କରିବା ଦରକାର? ଏହି ଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି। ଆସନ୍ତୁ ଜାଣିବା ଟିକା ନେବା ପୂର୍ବରୁ ଓ ପରେ କ’ଣ କରିବେ?

ଟିକା ନେବା ପୂର୍ବରୁ କଣ କରିବେ

  • କରୋନା ଟିକାକୁ ନେଇ ଅନେକ ଗୁଜବ ପ୍ରଚାର ହେଉଛି। ତେଣୁ ଟିକା ନେବା ପୂର୍ବରୁ ଏକ ଭରସାଯୋଗ୍ୟ ମିଡିଆରୁ ଅନୁସନ୍ଧାନ କରନ୍ତୁ।
  • ପୂର୍ବରୁ କୌଣସି ରୋଗରେ ପୀଡ଼ିତ ଥିଲେ କିମ୍ବା ଟିକା ନେବା ସମୟରେ କରୋନାର ଲକ୍ଷଣ ଦେଖାଯାଉଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
  • ଟିକା ନେବା ପୂର୍ବରୁ ଯଥେଷ୍ଟ ପରିମାଣର ଶୁଅନ୍ତୁ ଏବଂ ଶରୀରର ଜଳୀୟଅଂଶକୁ ସନ୍ତୁଳନରେ ରଖିବା ପାଇଁ ପ୍ରଚୁର ପରିମାଣର ପାଣି ପିଅନ୍ତୁ।

ଟିକା ନେବା ସମୟରେ କଣ କରିବା ଦରକାର

  • ଟିକା ନେବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଅନ୍ୟମାନଙ୍କଠାରୁ ଦୂରତା ବଜାୟ ରଖନ୍ତୁ।
  • ଆପଣ କୌଣସି ରୋଗରେ ପୀଡ଼ିତ ଥିଲେ ଡାକ୍ତରଙ୍କୁ ଜଣାନ୍ତୁ।

ଟିକା ନେବା ପରେ କଣ କରିବେ

ଟିକାର କୌଣସି ଗୁରୁତର ପାର୍ଶ୍ୱପ୍ରତିକ୍ରିୟା ଆସୁଛି କି ନାହିଁ ଜାଣିବା ପାଇଁ ଟିକା ନେବା ପରେ ୩୦ମିନିଟ୍ ଡାକ୍ତରଙ୍କ ପର୍ଯ୍ୟବେକ୍ଷଣରେ ରହନ୍ତୁ।

ଟିକା ନେବା ପରେ ଜ୍ୱର ହେବା, ଦେହ ଦରଜ ହେବା କିମ୍ବା ମୁଣ୍ଡବୁଲାଇବା ଭଳି ଲକ୍ଷଣ ଦେଖାଯାଇପାରେ, ଯାହା ସାମାନ୍ୟ ଲକ୍ଷଣ। ତେଣୁ ଏନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ।

ଟିକା ନେବା ଦ୍ୱାରା କୋଭିଡ୍‌ ଜନିତ ଗୁରୁତର ଲକ୍ଷଣକୁ ଆମେ ଏଡ଼ାଇପାରିବା। ତେଣୁ କୌଣସି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ ଏବଂ ଟିକା ପାଇଁ ପଞ୍ଜୀକରଣ କରନ୍ତୁ।

ସୌଜନ୍ୟ – ସ୍ଵାସ୍ଥ୍ୟପ୍ଲସ୍

Comment