ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା ଡାକ୍ତର ଲିଙ୍ଗରାଜ ସାମନ୍ତରାୟ। ଜୟପୁର ରବଣାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ ଡାକ୍ତର ଭାବେ ନିଯୁକ୍ତ ଥିବା ଡାକ୍ତର ଲିଙ୍ଗରାଜ ଗୁରୁବାର କରୋନାରେ ଆଖି ବୁଜିଛନ୍ତି।

ଡାକ୍ତର ଲିଙ୍ଗରାଜ ସାମନ୍ତରାୟ କୋଭିଡ୍‌ ଆର୍‌ଆର୍‌ଟି ଟିମ୍‌ରେ କାମ କରୁଥିଲେ। କରୋନା ସଂକ୍ରମିତଙ୍କୁ ଘର ଘର ଯାଇ ଚିକତ୍ସା ଯୋଗାଉଥିଲେ। ଗତ ମେ ୧ ଏକ ତାରିଖ ଦିନ ସେ ନିଜେ କରୋନାରେ ସଂକମିତ ହୋଇ ଜୟପୁର କୋଭିଡ ମେଡିକାଲରେ ଭର୍ତ୍ତି ହୋଇଥିଲେ। ହେଲେ ଗୁରୁବାର ସକାଳୁ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା।

ଡାକ୍ତର ଲିଙ୍ଗରାଜଙ୍କ ଙ୍କ ଉଦ୍ଦେଶ୍ୟରେ ଆଜି କୋଭିଡ ମେଡିକାଲ ପରିସରରେ ଏକ ଶୋକ ସଭାର ଆୟୋଜନ ହୋଇଥିଲା। ଏହି ଅବସରରେ କୋରାପୁଟ ଜିଲ୍ଲାପାଳ ଆବୁଦୁଲ ମହମ୍ମଦ ଆକ୍ତର , ଉପଜିଲ୍ଲାପାଳ ହେମକାନ୍ତ ସାୟ, ଜୟପୁର ଏସ୍‌ଡିପିଓ ଅରୁପ ଅଭିଷେକ ବେହେରା ଏବଂ ଟାଉନ ଥାନା ଅଧିକାରୀ ବାଲେଶ୍ଵର ଗିଧି ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଡାକ୍ତର ଲିଙ୍ଗରାଜଙ୍କ ନିଜ ଘର ରାୟଗଡା ଜିଲାର ପଦ୍ମପୁର। ସେ ଜୟପୁର ପାରାବେଢାରେ ରହୁଥିଲେ।

Comment