ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାରେ ଆକ୍ରାନ୍ତ ହୋଇ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଜାଣିପାରିବେ ପରିବାର ଲୋକ। ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପରିବାର ଲୋକଙ୍କୁ ସୂଚନା ଦେବା ପାଇଁ ରାଜ୍ୟର ସମସ୍ତ ପ୍ରମୁଖ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସହାୟତା କେନ୍ଦ୍ର ସ୍ଥାପନ କରାଯାଇଛି।

http://statedashboard.odisha.gov.in ପୋର୍ଟାଲରେ ସହାୟତା କେନ୍ଦ୍ରର ଯୋଗାଯୋଗ ନମ୍ବର୍ ଉପଲବ୍ଧ କରିଛନ୍ତି। ଏହି ପୋର୍ଟାଲକୁ ଯାଇ ପରିବାର ଲୋକ ଉପଲବ୍ଧ ଫୋନ୍‌ ନମ୍ବରରେ ଯୋଗାଯୋଗ କରି ସହଜରେ ତାଙ୍କ ନିଜ ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଜାଣିପାରିବେ।

ମେଡିକାଲରେ ଜଣେ କୋଭିଡ୍‌ ସଂକ୍ରମିତ ଆଡମିସନ ହେବା ପରେ ତାଙ୍କ ପରିବାର ଲୋକ ତାଙ୍କ ପାଖକୁ ଯାଇପାରୁନାହାନ୍ତି। ଫଳରେ ସେ ତାଙ୍କ ବିଷୟରେ ଜାଣିପାରୁନାହାନ୍ତି। ଏବେ କିନ୍ତୁ ଏହି ସହାୟତା କେନ୍ଦ୍ର ଜରିଆରେ ସହଜରେ ସଂକ୍ରମିତଙ୍କ ସମ୍ପର୍କରେ ସୂଚନା ମିଳିବ।

 

Comment