ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଅକ୍ସିଜେନ ସିଲିଣ୍ଡରର ଆବଶ୍ୟକତା ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି କଳକାରଖାନାରେ ବ୍ୟବହୃତ ଅକ୍ସିଜେନ ସିଲିଣ୍ଡରକୁ ମେଡିକାଲ ସିଲିଣ୍ଡରରେ ପରିଣତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ଏ ସମ୍ପର୍କରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଶିଳ୍ପ ନିର୍ଦ୍ଦେଶକ ଏମ୍ଡି ସିଦ୍ଦୀକିଙ୍କୁ ସରକାର ଦାୟିତ୍ୱ ଦେଇଛନ୍ତି। ରାଜ୍ୟର କେଉଁ ଶିଳ୍ପ ସଂସ୍ଥା ପାଖରେ କେତେ ସିଲିଣ୍ଡର ରହିଛି ତାହାର ବିବରଣୀ ସେ ସଂଗ୍ରହ କରିବେ ଓ ସେଗୁଡ଼ିକୁ କିଭଳି ମେଡ଼ିକାଲ ସିଲିଣ୍ଡରରେ ପରିବର୍ତ୍ତନ କରାଯିବ, ତାହାର ବ୍ୟବସ୍ଥା କରିବେ। ଏଥିସହ ଡିଆଇସିର ଜେନେରାଲ ମ୍ୟାନେଜର ମାନଙ୍କୁ ମଧ୍ୟ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ଅଧୀନରେ ଥିବା କଳ କାରଖାନା ଗୁଡିକରେ କେତେ ସିଲିଣ୍ଡର ଗଚ୍ଛିତ ରହିଛି, ତାହା ସେମାନେ ବାହାର କରିବେ।














