ଓଡ଼ିଶାଲାଇଭ୍‌ ବ୍ୟୁରୋoxygen

ସମଗ୍ର ଦେଶରେ ମେଡିକାଲ ଅକ୍ସିଜେନ ଅଭାବ ଦେଖା ଦେଇଥିବା ବେଳେ ଓଡ଼ିଶା ଦେବଦୂତ ସାଜି ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଉଛି। ଓଡ଼ିଶାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଠାକାର ରୋଗୀଙ୍କ ପାଇଁ ଯଥେଷ୍ଟ ଅକ୍ସିଜେନ ଗଛିତ ଅଛି କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି।

ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ ମହାପାତ୍ରଙ୍କ କହିବା ଅନୁଯାୟୀ ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ ଦୈନିକ ମେଡିକାଲ ଅକ୍ସିଜେନ ଆବଶ୍ୟକତା ହେଉଛି ପ୍ରାୟ ୨୪ ଟନ। ତେବେ ଦୈନିକ ରାଜ୍ୟରେ ପ୍ରାୟ ୧୩୦ ଟନ ଅକ୍ସିଜେନ ଉତ୍ପାଦନ ହେଉଛି।  ଏହା ବ୍ୟତୀତ ଦୈନିକ ତରଳ ମେଡିକାଲ ଅକ୍ସିଜେନ ଦିନକୁ ପ୍ରାୟ ୬୦ ଟନ ଉତ୍ପାଦନ କରାଯାଉଛି। ମେ’ ୧୦ ତାରିଖରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଏକ ତରଳ ଅକ୍ସିଜେନ ପ୍ଲାଣ୍ଟ କାମ ଆରମ୍ଭ କରିବ। ତା’ ଛଡ଼ା ଭିମସାର ଓ ଅନ୍ୟାନ୍ୟ ୧୫ଟି କୋଭିଡ ହସ୍ପିଟାଲରେ ଖୁବ ଶୀଘ୍ର ଅକ୍ସିଜେନ ପ୍ଲାଣ୍ଟ ମାନ ବସାଯିବ।

ଯେହେତୁ କରୋନା ଭୂତାଣୁ ସିଧା ସଳଖ ଫୁସଫୁସ ଓ ଶ୍ଵାସନଳୀକୁ ଆକ୍ରାନ୍ତ କରୁଛି ଦେଶରେ ଅକ୍ସିଜେନର ବିପୁଳ ଆବଶ୍ୟକତା ଦେଖାଯାଇଛି। ଓଡ଼ିଶାରେ ବଳକା ଅକ୍ସିଜେନ ରହିଛି ତେଣୁ ନିହାତି ଆବଶ୍ୟକ ରାଜ୍ୟଗୁଡ଼ିକୁ ମାନବିକତା ଦୃଷ୍ଟିରୁ ଏଠାରୁ ଔଷଧୀୟ ଅମ୍ଳଜାନ ପଠାଯାଉଛି। ଯଦି ଆମେ ଅଧିକ ଅମ୍ଳଜାନ ଦରକାର କରିବୁ ନିଜ ରାଜ୍ୟ ପ୍ରତି ଅଗ୍ରାଧିକାର ଦିଆଯିବା ନିଶ୍ଚିତ ବୋଲି କହିଛନ୍ତି ସଚିବ।

Comment