ଓଡ଼ିଶାଲାଇଭ୍ ବ୍ୟୁରୋ

mask in america-1

ମାସ୍କ ପିନ୍ଧିବା ନୀତିରେ କୋହଳ କରିଛି ଆମେରିକା। ଯେଉଁମାନେ କୋଭିଡ୍ ଟିକାର ଦୁଇଟିଯାକ ଡୋଜ୍ ନେଇସାରିଛନ୍ତି, ସେମାନଙ୍କ ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ। ସେମାନେ ବିନା ମାସ୍କରେ ଗହଳି ନଥିବା ସ୍ଥାନରେ ଯାତାୟତ କରିପାରିବେ। ଏନେଇ ଆମେରିକାର ସେଣ୍ଟର୍ସ ଫର୍ ଡିଜିସ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନସନ୍‌ (ସିଡିସି) ପକ୍ଷରୁ କୁହାଯାଇଛି।

ମାତ୍ର ଆମେରିକାର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ଯଥା ବସ୍‌ ପରିବହନ, ବିମାନରେ ଯାତ୍ରା, ହସ୍ପିଟାଲ, ଧର୍ମାନୁଷ୍ଠାନଗୁଡିକରେ ଏବେ ମଧ୍ୟ ମାସ୍କ ପିନ୍ଧିବା କଟକଣାକୁ ବଳବତ୍ତର ରଖିଛନ୍ତି ସରକାର।ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ନିଜ ସହକର୍ମୀଙ୍କ ସହିତ ବିନା ମାସ୍କରେ ପହଞ୍ଚିଥିଲେ। କରୋନା ମହାମାରୀ ବିରୋଧରେ ଦେଶକୁ ମିଳିଥିବା ସଫଳତା ସମ୍ପର୍କରେ ସେ ଦେଶବାସୀଙ୍କୁ ଅବଗତ କରାଇବା ସହ ସମ୍ପୂର୍ଣ୍ଣ ଟିକା ନେଇଥିବା ବ୍ୟକ୍ତିମାନଙ୍କୁ ଆଉ ମାସ୍କ ପିନ୍ଧିବାକୁ ପଡ଼ିବ ନାହିଁ ବୋଲି କହିଥିଲେ। ତେବେ ଯେଉଁମାନେ ମୂଳରୁ ଟିକା ନେଇ ନାହାନ୍ତି ବା ଗୋଟିଏ ଡୋଜ୍ ଟିକା ନେଇଛନ୍ତି, ସେମାନଙ୍କୁ ଦ୍ଵିତୀୟ ଡୋଜ୍ ଟିକା ନେବା ପର୍ଯ୍ୟନ୍ତ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ପାଳନ କରିବାକୁ ବାଇଡେନ୍ କହିଥିଲେ।ଅନ୍ୟପଟେ ଦେଶରେ ବିଭିନ୍ନ ଅଫିସ୍ ଓ ଶିକ୍ଷାନୁଷ୍ଠାନ ଖୋଲିବାର ପଥ ପରିଷ୍କାର ହୋଇଛି। ଏହି ଦିନକୁ ଦେଶ କେବେଠୁ ଅପେକ୍ଷା କରିଥିଲା ବୋଲି ସେଣ୍ଟର୍ସ ଫର୍ ଡିଜିସ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନ୍ସନର ନିର୍ଦ୍ଦେଶକ ରସେଲ ୱଲେନସ୍କି କହିଛନ୍ତି। ଦେଶରେ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ହେବାଦ୍ଵାରା ଏହି ସୁଫଳ ମିଳିପାରିଛି ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here