ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠାରୁ ଦୁଇଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ କେନ୍ଦ୍ରୀୟ ଟିମ୍। ଗୋଟିଏ ଟିମ୍‌ ବାଲେଶ୍ୱର ଓ ଅନ୍ୟ ଏକ ଟିମ୍‌ ଭଦ୍ରକ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ। ମଙ୍ଗଳବାର ଦିନ ବାଲେଶ୍ୱରରେ ଥିବା ଟିମ୍‌ ମୟୂରଭଞ୍ଜ ଯିବାକୁଥିବାବେଳେ, ଭଦ୍ରକରେ ଥିବା ଟିମ୍‌ କେନ୍ଦ୍ରାପଡ଼ା ଯାଇ ବାତ୍ୟାଞ୍ଚଳ ବୁଲି ଦେଖିବେ। ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁନୀଲ କୁମାର ବର୍ଣ୍ଣାଲଙ୍କ ନେତୃତ୍ୱରେ ଏହି ଟିମ୍ ଓଡ଼ିଶା ଆସିଛି।

ବାତ୍ୟାଞ୍ଚଳକୁ ପରିଦର୍ଶନ କରିବା ପୂର୍ବରୁ କେନ୍ଦ୍ରୀୟ ଟିମ୍‌ ପ୍ରଥମେ ସ୍ୱତନ୍ତ୍ର ରିଲିଫ କମିସନରଙ୍କ ସହ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି।  ଏଥିରେ ୭ ଜଣ ସଦସ୍ୟ ରହିଛନ୍ତି। ଦୁଇଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବାର କାର୍ୟ୍ୟକ୍ରମ ରହିଛି।

ବାତ୍ୟା ୟାସ ଦ୍ୱାରା ପ୍ରଭାବିତ ହୋଇଥିବା ୪ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ମୟୂରଭଞ୍ଜ ଗସ୍ତ କରିବ ଏହି କେନ୍ଦ୍ରୀୟ ଟିମ୍‌। କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ବାତ୍ୟାଞ୍ଚଳ ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ। ଏଥିସହ ଓଡ଼ିଶାକୁ ୫ଶହ କୋଟି ଟଙ୍କାର ସହାୟତା ରାଶି ମଧ୍ୟ ଘୋଷଣା କରିଥିଲେ।

Comment