ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତୀୟ ସ୍ତରରେ ଚମକିଲେ ଜୟପୁରର ଛାତ୍ର ସୂର୍ଯ୍ୟ ପ୍ରକାଶ ମିଶ୍ର। ସର୍ବ ଭାରତୀୟ ସ୍ତରରେ ସାଧାରଣ ବର୍ଗରୁ ଇସ୍ରୋ ପାଇଁ ମନୋନୀତ ହୋଇଥିବା ୩୦ଜଣଙ୍କ ମଧ୍ୟରେ ଓଡ଼ିଶାରୁ ସେ ହେଉଛନ୍ତି ଏକମାତ୍ର ଛାତ୍ର। ଖୁବଶୀଘ୍ର ସେ ତିରୁମନ୍ତପୁରମଠାରେ ଥିବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରରେ ବୈଜ୍ଞାନିକ ଭାବେ ଯୋଗ ଦେବାକୁ ଚୁକ୍ତି କରିଛନ୍ତି।

ସେ ଇସ୍ରୋରେ ବୈଜ୍ଞାନିକ ଭାବେ ଯୋଗ ଦେବେ। ସେଠାରେ ସେ ୪ ବର୍ଷ ଧରି ମହାକାଶ ଉପରେ ଗବେଷଣା କରିବେ। ସର୍ବଭାରତୀୟ ସ୍ତରରେ ସାଧାରଣ ବର୍ଗଙ୍କ ପାଇଁ ଥିବା ୩୦ ଜଣଙ୍କ ମଧ୍ୟରେ ସେ ମନୋନୀତ ହୋଇଛନ୍ତି। ଇସ୍ରୋରେ ତାଲିମ ସରିବାପରେ ବିଦେଶକୁ ଯିବା ବଦଳରେ ନିଜ ଦେଶରେ ରହି ଗବେଷଣା କରିବେ ବୋଲି କହିଛନ୍ତି ସୂର୍ଯ୍ୟ।ବାପା ଓଁ ପ୍ରକାଶ ମିଶ୍ର ଜଣେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଏବଂ ମାଆ ହେଉଛନ୍ତି ଜଣେ ଇଂରାଜୀ ଅଧ୍ୟାପିକା। ପିଲାଟି ଦିନରୁ ମେଧାବୀ ଛାତ୍ର ଥିଲେ ସୂର୍ଯ୍ୟ ପ୍ରକାଶ। ଅନେକ ଛାତ୍ରଛାତ୍ରୀ ଡାକ୍ତର ଓ ଇଂଜିନିୟରିଂକୁ କ୍ୟାରିଅର ଭାବେ ବାଛୁଥିବାବେଳେ ମହାକାଶ ବୈଜ୍ଞାନିକ ହେବାକୁ ପିଲାଟି ଦିନୁ ସେ ସ୍ୱପ୍ନ ଦେଖିଥିଲେ । ଜୟପୁରରୁ ସ୍କୁଲ ଶିକ୍ଷା ସାରିବା ପରେ ଭୁବନେଶ୍ୱରରେ ଦ୍ୱାଦଶ ପଢିଥିଲେ। ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କୁ ନିଜର ଆଦର୍ଶ ଭାବି ସେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଅନବରତ ଉଦ୍ୟମ ଚଳାଇଥିଲେ। ତାହା ଏବେ ପୁରଣ ହୋଇଥିବାରୁ ସେ ଏବଂ ତାଙ୍କ ପରିବାର ବହୁତ ଖୁସି ଅଛନ୍ତି । ସୂର୍ଯ୍ୟ ପ୍ରକାଶଙ୍କ ଏହି ସଫଳତା ପାଇଁ ଏବେ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।

Comment