ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ (WTC21) ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ମଙ୍ଗଳବାର ଏକ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ। ରନ୍ ମେସିନ ବିରାଟ କୋହଲି ଏହି ଟେଷ୍ଟ ଟିମ୍‌ର ଅଧିନାୟକ ରହିଥିବା ବେଳେ ଆଜିଙ୍କ୍ୟ ରାହାଣେ ଉପ ଅଧିନାୟକ ରହିଛନ୍ତି। ଏନେଇ ବିସିସିଆଇ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ଭାରତୀୟ ଦଳ

ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ (ଉପ-ଅଧିନାୟକ), ହନୁମା ବିହାରୀ, ରିଷବ ପନ୍ତ, ରିଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍ୱିନୀ, ରବୀନ୍ଦ୍ର ଜାଡେଜା, ଯଶପ୍ରିତ ବୁମରାହ, ଈଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ, ମହମ୍ମଦ ସିରାଜଜୁନ ୧୮ ତାରିଖରୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ୍ ଆରମ୍ଭ ହେବ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ବେଶ୍ ରୋମାଞ୍ଚକାର ହେବ। କାହିଁକି ନା ଉଭୟ ଦଳ ବେଶ୍ ଶକ୍ତିଶାଳୀ ରହିଛନ୍ତି। ତେଣୁ ଏହି ଚାମ୍ପିୟନସିପ୍‌ରେ କିଏ ବାଜି ମାରିବ ତାକୁ ଦେଖିବା ପାଇଁ ଉଭୟ ଦଳର ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି।

Comment