ଓଡ଼ିଶାଲାଇଭ୍ ବ୍ୟୁରୋ

ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀକୁ ଆସିଛନ୍ତି ମହାପ୍ରଭୁ। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି କାଳିଆ ସାଆନ୍ତ। ଶରଧା ବାଲିରେ ରହିଛି ତିନି ରଥ। ଆଜି ରଥାରୂଢ଼ ଶ୍ରୀ ବିଗ୍ରହମାନଙ୍କର ହେବ ଆଡପ ମଣ୍ଡପ ବିଜେ ନୀତି। ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି।

ରଥ ଉପରେ ମଙ୍ଗଳ ଆଳତି ଅବକାଶ ନୀତି ଶେଷ ହେବା ପରେ ତିନିଠାକୁରଙ୍କୁ ଗୋଟି ପହଣ୍ଡିରେ ଆଡ଼ପମଣ୍ଡପକୁ ବିଜେ କରାଯିବ। କମ ସଂଖ୍ୟକ ସେବାୟତରେ ସମସ୍ତ ନୀତିକାନ୍ତି ଶେଷ କରାଯିବ। କୋଭିଡ-୧୯ ଗାଇଡଲାଇନ ଅନୁସାରେ ସାମାଜିକ ଦୂରତ୍ୱ ରକ୍ଷା କରି ପହଣ୍ଡି ଓ ଅନ୍ୟ କାର୍ଯ୍ୟକ୍ରମ କରାଯିବ।ଚଳିତବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟଣା ହୋଇଥିବାରୁ ତିନି ରଥ ସନ୍ଧ୍ୟା ୫ଟା ୩୦ସୁଦ୍ଧା ଶରଧା ବାଲିରେ ଲାଗିଥିଲା। କରୋନା ଭାଇରସ ଯୋଗୁଁ କଟକଣା ଭିତରେ ରଥଯାତ୍ରା କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଫଳରେ ବିନା ଭକ୍ତରେ ସେବାୟତମାନଙ୍କ ଦ୍ଵାରା ରଥା ଟଣା କାର୍ଯ୍ୟ ହୋଇଥିଲା।

Comment