ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମ୍ମାଇ। ସେ ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଥାବରଚାନ୍ଦ ଗେହଲୋଟ୍ ତାଙ୍କୁ ପଦ ଓ ଗୋପନୀୟତାର ସହ ବୁଧବାର ଶପଥ ପାଠ କରାଇଛନ୍ତି।

ବି. ଏସ୍‌ ୟେଦ୍ୟୁରପ୍ପା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୂଆ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି ୬୧ ବର୍ଷୀୟ ବାସବରାଜ ବୋମ୍ମାଇ। ୟେଦ୍ୟୁରପ୍ପାଙ୍କ ପରି ସେ ମଧ୍ୟ ଜଣେ ଲିଙ୍ଗାୟତ ସମ୍ପ୍ରଦାୟର ନେତା। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ଆର୍ ବୋମ୍ମାଇଙ୍କ ପୁଅ ହେଉଛନ୍ତି ବାସବରାଜ।ସୂଚନା ମୁତାବକ, ମଙ୍ଗଳବାର ବେଙ୍ଗାଳୁରୁଠାରେ କର୍ଣ୍ଣାଟକ ବିଜେପି ବିଧାୟକମାନଙ୍କୁ ନେଇ ଏକ ବୈଠକ ହୋଇଥିଲା। ଏଥିରେ ୟେଦ୍ୟୁରପ୍ପା ନୂଆ ମୁଖ୍ୟମନ୍ତ୍ରୀ ଭାବେ ବାସବରାଜଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଦଳର ଅନ୍ୟ ବିଧାୟକମାନେ ମଧ୍ୟ ଏହାକୁ ଗ୍ରହଣ କରିଥିଲେ। ଶେଷରେ ପର୍ଯ୍ୟବେକ୍ଷକ ଧର୍ମେନ୍ଦ୍ର ପ୍ରଧାନ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦ ପାଇଁ ବାସବରାଜଙ୍କ ନାମ ଘୋଷଣା କରିଥିଲେ।

Comment