ଓଡ଼ିଶାଲାଇଭ୍ ବ୍ୟୁରୋ

ମଉଳିଲା ସ୍ଵର୍ଣ୍ଣ ପଦକ ଆଶା। ଟୋକିଓ ଅଲିମ୍ପିକ୍ସ ମହିଳା ହକି ସେମିଫାଇନାଲରେ ହାରିଲା ଭାରତ। ଆର୍ଜେଟିନାଠାରୁ ୨-୧ ଗୋଲରେ ପରାଜିତ ହୋଇଛି ଭାରତୀୟ ମହିଳା ହକି ଟିମ୍। ତେବେ ସେମିଫାଇନାଲରେ ହାରିବାପରେ ବି କମିନି ପଦକ ଆଶା। ଏବେ ମହିଳା ହକି ଟିମ୍ ବ୍ରୋଞ୍ଜ ପାଇଁ ଖେଳିବ।

ବୁଧବାର ୩.୩୦ରେ ଟୋକିଓରେ ଆରମ୍ଭ ହୋଇଥିଲା ମହିଳା ହକି ପ୍ରତିଯୋଗିତା। ଏଥିରେ ଭାରତ ମହିଳା ହକି ଟିମ୍ ବିପକ୍ଷରେ ଖେଳିଥିଲା ଆର୍ଜେଟିନା ମହିଳା ହକି ଟିମ୍। ଖେଳ ଆରମ୍ଭରୁ ଭାରତୀୟ ଟିମ୍ ଭଲ ପ୍ରଦର୍ଶନ କରିଥିବାବେଳେ, ଶେଷ ବେଳକୁ ବାଜି ମାରିନେଲା ଆର୍ଜେଟିନା।ଟୋକିଓ ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା ମହିଳା ହକି ଟିମ୍। କିନ୍ତୁ ସେମିଫାଇନାଲରେ ଏହି ଦଳକୁ ନିରାଶ ହେବାକୁ ପଡ଼ିଛି। ଶୁକ୍ରବାର ବ୍ରୋଞ୍ଜ ପଦକ ପାଇଁ ଗ୍ରେଟ ବ୍ରିଟେନ ବିପକ୍ଷରେ ଖେଳିବ ଭାରତ।

ଅନ୍ୟପଟେ ଦଳର ପରିଶ୍ରମ ଓ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ୍ ପ୍ରଶଂସା କରିଛନ୍ତି। ଏଥିସହ ପରବର୍ତ୍ତୀ ପଦକ ପାଇଁ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଛନ୍ତି।

Comment