ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ଜିଲ୍ଲା ରାଜସୁନାଖଳାରେ ଥିବା ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡି.ଆଇ.ଇ.ଟି)କୁ ସ୍ୱଚ୍ଛତା କ୍ଷେତ୍ରରେ ‘ଗ୍ରୀନ ଚାମ୍ପିୟନ’ ଜାତୀୟସ୍ତରୀୟ ପୁରସ୍କାର ମିଳିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୀନସ୍ଥ ଉଚ୍ଚଶିକ୍ଷା ବିଭାଗର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ଶିକ୍ଷା ପରିଷଦ ଏହି ପୁରସ୍କାର ପ୍ରଦାନ କରିଛି।

ସ୍ୱଚ୍ଛ ଓ ସବୁଜମା ପରିବେଶ ସାଙ୍ଗକୁ ଜଳ ଓ ବର୍ଯ୍ୟବସ୍ତୁ ସୁପରିଚାଳନା କ୍ଷେତ୍ରରେ ନୟାଗଡ଼ ଜିଲ୍ଲା ରାଜସୁନାଖଳା ଡି.ଆଇ.ଇ.ଟି ପାରଦର୍ଶିତା ହାସଲ କରିଛି। ଏଥିପାଇଁ ବିଦ୍ୟାଳୟକୁ ମିଳିଛି ଜାତୀୟସସ୍ତରୀୟ ‘ଗ୍ରୀନ ଚାମ୍ପିୟନ’। ଡି.ଆଇ.ଇ.ଟିର ଏହି ସଫଳତାକୁ ଜିଲ୍ଲାପାଳ ଡକ୍ଟର ପୋମା ଟୁଡ଼ୁ ପ୍ରଶଂସା କରିଛନ୍ତି। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ଶିକ୍ଷା ପରିଷଦ ଦ୍ୱାରା ପ୍ରଦତ ମାନପତ୍ରକୁ ଜିଲ୍ଲାପାଳ ଡି.ଆଇ.ଇ.ଟିର ଅଧ୍ୟକ୍ଷାଙ୍କୁ ପ୍ରଦାନ କରିଛନ୍ତି।

ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ଡି.ଆଇ.ଇ.ଟିର ଅଧ୍ୟକ୍ଷା ଡକ୍ଟର. ମଞ୍ଜୁବାଳା ସାହୁ ଓ ବରିଷ୍ଠ ଶିକ୍ଷକ ଡକ୍ଟର ସନ୍ତୋଷ କୁମାର ପରିଡ଼ା ଏବଂ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ।

ଡି.ଆଇ.ଇ.ଟିର ଏହି ସଫଳତାକୁ ଜିଲ୍ଲାବ୍ୟାପୀ ସ୍ୱାଗତ କରାଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷା ସମସ୍ତଙ୍କ ନିକଟରେ କୃତଜ୍ଞତା ଅର୍ପଣ କରିଛନ୍ତି।

Comment