ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଭାଷାଭାଷୀର ରାଷ୍ଟ୍ର ଭାରତରେ ସ୍ୱାଧିନତା ପରେ ଭାଷାକୁ ନେଇ ବଡ଼ ବିବାଦ ଦେଖାଯାଇଥିଲା। ପ୍ରଥମେ ହିନ୍ଦୀ ଓ ଇଂରାଜୀ ଦୁଇଟି ଯାକ ଭାଷାକୁ ରାଷ୍ଟ୍ର ଭାଷା ଭାବେ ସ୍ୱୀକାର କରାଯାଇଥିଲା।

ବହୁ ବିଚାରବିମର୍ଶ ପରେ ସମ୍ବିଧାନ ଦେବନାଗରୀ ଲିପିରେ ଲିଖିତ ହିନ୍ଦୀକୁ ରାଷ୍ଟ୍ର ଭାଷା ରୂପେ ସ୍ୱୀକାର କଲା। ପରେ ସ୍ୱାଧିନତାର ଦୁଇ ବର୍ଷ ପରେ ଅର୍ଥାତ୍‍ ୧୯୪୯ ମସିହା ସେପ୍ଟେମ୍ବର ୧୪ ତାରିଖରେ ହିନ୍ଦୀକୁ ରାଷ୍ଟ୍ରୀୟ ଭାଷା ରୂପେ ଘୋଷଣା କରାଗଲା। ହେଲେ ୧୯୫୩ ମସିହାରେ ଆଜିର ଦିନରେ ପ୍ରଥମ ଥର ପାଇଁ ହିନ୍ଦୀ ଦିବସ ପାଳନ କରାଯାଇଥିଲା। ସେବେଠୁ ଏହି ଦିନକୁ ହିନ୍ଦୀ ଦିବସ ଭାବେ ପାଳନ କରାଯାଉଛି।

ଜବଲପୁରରେ ପ୍ରସିଦ୍ଧ ସାହିତ୍ୟିକ ରାଜେନ୍ଦ୍ର ସିଂହ ଏହି ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଯିଏ କି ହିନ୍ଦୀକୁ ରାଷ୍ଟ୍ର ଭାଷା କରିବାକୁ ପ୍ରଥମେ ପ୍ରୟାସ ଆରମ୍ଭ କରିଥିଲେ। ତାଙ୍କ ଜନ୍ମଦିନକୁ ହିନ୍ଦୀ ଦିବସ ଭାବେ ପାଳନ କରାଯାଉଛି।

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ କହିଥିଲେ ଯେ, ଏହି ଦିନର ମହତ୍ତ୍ୱକୁ ବୁଝିବା ଓ ମନେରଖିବା ପାଇଁ ପ୍ରତି ବର୍ଷ ୧୪ ସେପ୍ଟେମ୍ବରକୁ ହିନ୍ଦୀ ଦିବସ ଭାବେ ପାଳନ କରାଯିବ।

Comment