ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରାଖଣ୍ଡର ମସୁରୀରେ ଅଛି ଏକ ଛୋଟିଆ ସହର ଲେଣ୍ଡୋର୍। ଲାଣ୍ଡୋରରେ ଥିବା ୧୦୮ ବର୍ଷ ପୁରୁଣା ଏକ ହିନ୍ଦୀ ଭାଷା ଶିକ୍ଷା ଦିଆଯାଏ, ତା’ପୁଣି ଏକ ଏକ ନିଆରା ଢ଼ଙ୍ଗରେ। ଗୀତ ମାଧ୍ୟମରେ ଏହି ସ୍କୁଲରେ ହିନ୍ଦୀ ପାଠ ତଥା ଭାଷା ଶିଖାଯାଏ। ପ୍ରତିବର୍ଷ ପ୍ରାୟ ୨୦୦ ବିଦେଶ ବିଦ୍ୟାର୍ଥୀ ହିନ୍ଦୀ ଭାଷା ଶିଖିବାକୁ ଆସନ୍ତି ଲାଣ୍ଡୋରର ଏହି ସ୍କୁଲକୁ।

ହିନ୍ଦୀ ବ୍ୟତୀତ ଏଠାରେ ଉର୍ଦ୍ଦୁ, ପଞ୍ଜାବୀ, ସଂସ୍କୃତ ଓ ଗଢ଼ଓ୍ୱାଲି ଭାଷା ବି ଏହି ସ୍କୁଲରେ ଶିଖାଯାଏ। କିନ୍ତୁ ବହୁ ବର୍ଷ ଧରି ହିନ୍ଦୀ ଭାଷା ଶିକ୍ଷା ହିଁ ଏହି ସ୍କୁଲର ପ୍ରକୃତ ପରିଚୟ ହୋଇ ରହିଛି। ବର୍ତ୍ତମାନ ଏହି ସ୍କୁଲରେ ୧୭ ଜଣ ଶିକ୍ଷକ ରହିଛନ୍ତି।

ପ୍ରତିଦିନ ୪ ଘଣ୍ଟା ଲେଖାଏଁ ହିନ୍ଦୀ ଶିକ୍ଷା ଦିଆଯାଏ ଏହି ସ୍କୁଲରେ। ଗୋଟିଏ ଘଣ୍ଟାର ଫିସ୍ ୩୮୫ରୁ ୬୫୩ ଟଙ୍କା ରହିଛି। ସବୁ ସ୍କୁଲରେ ପ୍ରଥମେ ପଢ଼ା-ଲେଖା ଶିଖାଯାଇଥିବା ବେଳେ ପ୍ରଥମେ ଏଠାରେ ଭାଷା ଉଚ୍ଚାରଣ କରିବା, କହିବା, ବ୍ୟାକରଣ ଏବଂ ଶେଷରେ ଲେଖିବା ଶିଖାହୁଏ। ଏହାଦ୍ୱାରା ବିଦ୍ୟାର୍ଥୀମାନେ ସହଜରେ ହିନ୍ଦୀ ଭାଷା କହିବା ଓ ଲେଖିବା ଶିଖିଯାଆନ୍ତି।

ବ୍ରିଟିଶ୍ କାଳରେ ମିଶନାରୀ ପିଲାଙ୍କ ପାଇଁ ଏହି ସ୍କୁଲଟି ନିର୍ମାଣ କରାଯାଇଥିଲା। ବ୍ରିଟିଶ୍ ଶାସନ କାଳ ପରେ ଏହା ସମସ୍ତଙ୍କ ପାଇଁ ହେଲା। ୧୮ରୁ ୯୦ ବର୍ଷ ଯାଏଁ ସବୁ ବୟସବର୍ଗର ଲୋକ ଏଠାକୁ ପାଠ ପଢ଼ିବାକୁ ଆସନ୍ତି। କିନ୍ତୁ ବିଦେଶୀଙ୍କ ସଂଖ୍ୟା ସବୁଠାରୁ ଅଧିକ ରହେ।

ଏହି ସ୍କୁଲରେ ସମସ୍ତ ପ୍ରକାର ରେକର୍ଡ଼ିଂ ବ୍ୟବସ୍ଥା ରହିଛି ଯାହାକୁ ଶୁଣି ବିଦ୍ୟାର୍ଥୀମାନେ ହିନ୍ଦି ଭାଷା ଶିଖନ୍ତି। ବିଶେଷଜ୍ଞଙ୍କ ମତରେ ଆମେ ଯେଉଁ ଭାଷା ଯେତେ ଅଧିକ ଥର ଶୁଣିବା ତାକୁ ସେତେ ଜଲଦି ଶିଖିପାରିବା।

Comment