ଓଡ଼ିଶାଲାଇଭ୍ ବ୍ୟୁରୋ

୭୧ ବର୍ଷ ବୟସରେ ଆଜି ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜନ୍ମଦିନରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଜି ହେଉଛି ୭୧ତମ ଜନ୍ମଦିନ। ସେ ୧୭ ସେପ୍ଟେମ୍ବର ୧୯୫୦ ମସିହାରେ ଜନ୍ମ ହୋଇଥିଲେ। ଜନ୍ମଦିନ ଉପଲକ୍ଷେ ସୋସିଆଲ ମିଡିଆରେ ଦେଶର କୋଣ ଅନୁକୋଣରୁ ମୋଦୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ଏଥିସହ ଜନ୍ମଦିନ ଅବସରରେ ପ୍ରଧାନମନନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ ଜରିଆରେ ମୋଦୀଙ୍କ ସୁସ୍ଥ ଓ ଦୀର୍ଘ ଜୀବନର କାମନା କରିଛନ୍ତି।୭୧ରେ ବି ଫିଟ୍ ଅଛନ୍ତି ମୋଦୀ

ମୋଦୀ ତାଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳରେ ଥରେ ହେଲେ ଅସୁସ୍ଥ ହୋଇନାହାନ୍ତି। ସେହିଭଳି କୌଣସି ଖବର ଶୁଣିବାକୁ ମିଳିନାହିଁ। ୭୧ ବର୍ଷ ବୟସରେ ବି ସମ୍ପୂର୍ଣ୍ଣ ଫିଟ ଏବଂ ଫାଇନ୍‌ ଅଛନ୍ତି ମୋଦୀ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଦିନକୁ ପ୍ରାୟ ୧୮ ଘଣ୍ଟା ମୋଦୀ କାମ କରନ୍ତି।

ତେବେ ଏହି ବୟସରେ ବି ଫିଟ୍‌ ରହିବା ରହସ୍ୟ ହେଉଛି ଯୋଗ ଓ ବ୍ୟାୟାମ। କାରଣ ମୋଦୀ ଯୋଗକୁ ବେଶ ଗୁରୁତ୍ୱ ଦିଅନ୍ତି। ଯୋଗରୁ ହିଁ ସେ ତାଙ୍କ ଦିନର ଆରମ୍ଭ କରନ୍ତି। ସକାଳ ପ୍ରାୟ ସାଢ଼େ ୪ଟାରୁ ଉଠି ସେ ଯୋଗ ଓ ଧ୍ୟାନ କରନ୍ତି। ମୋଦୀଙ୍କ ସେହି ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା।

ଯୋଗ କରିବା ଛଡ଼ା ମୋଦୀ ନିଜର ଖାଇବାକୁ ପିଇବା ଶୈଳୀକୁ ନେଇ ମଧ୍ୟ ବେଶ୍ ସଚେତନ। ସେ ବେଶୀ ଖାଇବାକୁ ପସନ୍ଦ କରନ୍ତ ନାହିଁ। ବରଂ ଦିନ ତମାମ କିଛି କିଛି ଫଳ ଆହର କରିଥାନ୍ତି। ଏଥିସହ ସେ ସକାଳୁ ଉଠି ଖାଲି ପାଦରେ ବଗିଚାରେ ଚାଲନ୍ତି। ଖାଲି ପାଦରେ ଚାଲିବା ମଧ୍ୟ ଏକ ବ୍ୟାୟାମ। ଏହାଦ୍ୱାରା ପାଦର ଏକ ପ୍ରକାର ମସାଜ ହୋଇଥାଏ।

ମା’ଙ୍କ ସହ ରହନ୍ତିନି ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମା’ ହୀରାବେନ ମୋଦୀଙ୍କୁ ତାଙ୍କ ପାଖରେ ରହନ୍ତି ନାହିଁ। ଏହା ପଛରେ ରହିଛି ଲମ୍ବା କାହାଣୀ। ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଥରେ ତାଙ୍କ ମା’ ପାଖକୁ ଆସିଥିଲେ। ସେ ସମୟରେ ମୋଦୀ ତାଙ୍କୁ ଆଦୌ ସମୟ ଦେଇପାରିନଥିଲେ। ବାସ ଥରେ କି ଦୁଇ ଥର ମା’ଙ୍କ ସହ ଭୋଜନ କରିଥିଲେ।

ତେଣୁ ମୋଦୀଙ୍କ କର୍ମ ବ୍ୟସ୍ତତା ଯୋଗୁଁ ଦିନ ସାରା ତାଙ୍କ ମା’ ଏକା ହୋଇଯାଆନ୍ତି। ଯାହା ତାଙ୍କୁ ଆଦୌ ଭଲ ଲାଗେ ନାହିଁ। ତାଙ୍କର ମନ ଏଠି ଲାଗେନି। ସେ ପୁଣି ଗାଁକୁ ଫେରିଯାଆନ୍ତିା। ମୋଦୀ ନିଜ କାମ ସାରି ରାତି ୧୨ଟାକୁ ଘରକୁ ଫେରୁଥିବା ଦେଖି ମା’ ବି ଦୁଃଖ କରନ୍ତି। ଏହି ସବୁ କାରଣରୁ ସେ ମା’ଙ୍କୁ ପାଖରେ ରଖନ୍ତି ନାହିଁ। ଏକଥା ମୋଦୀ ନିଜେ ଏକ ସାକ୍ଷାତକାରରେ କହିଥିଲେ।ବାଲୁକା କଳାରେ ଜନ୍ମ ଦିନର ଶୁଭେଚ୍ଛା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଦିନ ଅବସରରେ ବାଲୁକା କଳା ମାଧ୍ୟମରେ ଉପହାର ଦେଇଛନ୍ତି ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ମୋଦୀଙ୍କର ଏକ ସୁନ୍ଦର ପ୍ରତିଛବି ତିଆରି କରି ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ସେ ୨୦୩୫ଟି ଶାମୁକାକୁ ବ୍ୟବହାର କରି ଏହି ବାଲୁକା କଳାଟି କରିଛନ୍ତି ବୋଲି ଟୁଇଟ କରି ଜଣାଇଛନ୍ତି।

ସୁଦର୍ଶନ ପଟ୍ଟନାୟକ ତାଙ୍କର ଏହି ବାଲୁକା କଳାକୁ ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି, “ଜନ୍ମଦିନର ଅଭିନନ୍ଦନ ମୋଦୀଜୀ। ଭାରତ ମାତାର ସେବା କରିବା ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରୁଛି।”

Comment