ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ସୁନ୍‌ ସୁଦ ୨୦ କୋଟି ଟଙ୍କା ଟ୍ୟାକ୍ସ  ଫାଙ୍କିଥିବା ଅଭିଯୋଗ ଆସିଛି। ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଲଗାତର ଚଢ଼ାଉ ପରେ ଆୟକର ବିଭାଗ ଶନିବାର ଏକ ବିବୃତ୍ତିରେ ଏହି ସୂଚନା ଦେଇଛି।ଏହାସହିତ କ୍ରାଉଡ୍‌ ଫଣ୍ଡିଂ କରି ବିଦେଶୀ ଅନୁଦାନ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗ ତାଙ୍କ ନାଁରେ ରହିଛି। ସୋନୁଙ୍କ ଘରୁ ୧.୮କୋଟି ନଗଦ ଟଙ୍କା ମିଳିଛି। ତେଣୁ ଆଗାମୀ ଦିନରେ ସୋନୁ ସୁଦଙ୍କ ଉପରେ ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଯାଞ୍ଚ ହୋଇପାରେ।

ସୋନୁ ସୁଦଙ୍କ ଘର, କାର୍ଯ୍ୟାଳୟ ସମତେ ୬ଟି ଜାଗାରେ ଲଗାତର ୩ଦିନ ହେଲା ଲଗାତର ଆୟକର ବିଭାଗର ଚଢ଼ାଉ ଜାରି ରହିଥିଲା। ସୋନୁଙ୍କ ଆୟ ଓ ବ୍ୟୟକୁ ନେଇ ଏହି ଯାଞ୍ଚ ଚାଲିଥିଲା।

୪୮ ବର୍ଷୀୟ ସୋନୁ ସୁଦ, କରୋନା ମହାମାରୀ ସମୟରେ ଲୋକଙ୍କୁ ସହାୟତା କରି ଢ଼େର ପ୍ରଶଂସା ସାଉଁଟିଛନ୍ତି। ନିକଟରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ। ଦିଲ୍ଲୀ ସରକାର ‘ଦେଶ କା ମେଣ୍ଟର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅଭିନେତା ସୋନୁ ସୁଦଙ୍କୁ ଏହାର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଥିଲା।

Comment