ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ବିଶ୍ଵକପ୍ ଇତିହାସରେ ପାକିସ୍ତାନ କ୍ରିକେଟ ଦଳ ଏହାର ଐତିହାସିକ ବିଜୟ ହାସଲ କରିଛି। ଚଳିତ ଆଇସିସି ଟି-୨୦ ବିଶ୍ଵକପ୍‌ରେ ଭାରତକୁ ହରାଇ ଦୀର୍ଘ ୨୯ ବର୍ଷ ପରେ ଏହି ସଫଳତା ପାଇଛି ପାକିସ୍ତାନ। ରବିବାର ଦୁବାଇରେ ହୋଇଥିବା ହାଇଭୋଲଟେଜ୍ ମୁକାବିଲାରେ ଭାରତ ୧୦ ଓ୍ଵିକେଟ୍‌ରେ ଚିରପ୍ରତିଦ୍ଵନ୍ଦୀ ପାକିସ୍ତାନଠାରୁ ପରାସ୍ତ ହୋଇଛି।ମ୍ୟାଚ୍‌ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା। ତେଣୁ ଟିମ୍ ଇଣ୍ଡିଆ ପକ୍ଷରୁ ଓପନର୍‌ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଏବଂ ଲୋକେଶ୍ ରାହୁଲ ମଇଦାନକୁ ଓହ୍ଲାଇ ଥିଲେ। ହେଲେ ପାକିସ୍ତାନର ଦ୍ରୁତ ବୋଲର ଶାହିନୀ ଆଫ୍ରିଦିଙ୍କ ପ୍ରଥମ ବଲ୍‌ରେ ହିଁ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ ରୋହିତ। ଏହାପରେ ରାହୁଲଙ୍କୁ ମଧ୍ୟ ଆଉଟ୍ କରି ଖେଳ ଆରମ୍ଭରୁ ହିଁ ଭାରତକୁ ଝଟ୍‌କା ଦେଇଥିଲା ପାକିସ୍ତାନ। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡ଼େଜାଙ୍କ ମିଳିତ ଇଂନିସ୍ ଫଳରେ ଭାରତ, ପାକିସ୍ତାନକୁ ୧୫୨ ରନ୍‌ର ଟାର୍ଗେଟ ଦେଇଥିଲା।

ହେଲେ ପାକିସ୍ତାନ ଖୁବ୍ ସହଜରେ ମାତ୍ର ୧୭ ଓଭରରେ ୧୫୨ ରନ୍‌ର ଟାର୍ଗେଟ ଦେଇ ଭାରତ ବିପକ୍ଷରେ ବଡ଼ ସଫଳତା ପାଇଛି। ସବୁଠାରୁ ବଡ଼ କଥା ହେଲା କାଲିର ମ୍ୟାଚ୍‌ରେ ପାକିସ୍ତାନର ଗୋଟିଏ ହେଲେ ବି ଓ୍ଵିକେଟ୍ ଯାଇନାହିଁ। ଅର୍ଥାତ୍ ୧୦ ଓ୍ଵିକେଟ୍‌ରେ ଭାରତକୁ ପରାଜୟ କରିଛି ପାକିସ୍ତାନ। ଏହା ମଧ୍ୟ ବିଶ୍ଵକପ୍‌ ଇତିହାସରେ ଭାରତ-ପାକିସ୍ତାନ ମଧ୍ୟରେ ପ୍ରଥମ।

Comment