ଓଡ଼ିଶାଲାଇଭ୍‌ ବ୍ୟୁରୋ

୩୧ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଓ ଅଷ୍ଟମ ରାଜ୍ୟ ଟେଲି ପୁରସ୍କାର ଘୋଷଣା ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୯ ବର୍ଷ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ରାଜ୍ୟ ଚଳଚ୍ଚିତ୍ର ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ‘ଜୟଦେବ’ ପୁରସ୍କାର ବିଶିଷ୍ଟ ପ୍ରଯୋଜକ ଘନଶ୍ୟାମ ମହାପାତ୍ର ପାଇବେ। ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ପୁରସ୍କାର ସ୍ୱରୂପ ୨ ଲକ୍ଷ ଟଙ୍କା ଓ ମାନପତ୍ର ଦିଆଯିବ।

ସେହିପରି ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ନୀଳମାଧବ ପଣ୍ଡାଙ୍କ ଚଳଚ୍ଚିତ୍ର ’କାଲିର ଅତୀତ’ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ପାଇବାକୁ ମନୋନୀତ ହୋଇଛି। ଏଥିପାଇଁ ୫୦ ହଜାର ଟଙ୍କା ପୁରସ୍କାର ରହିଛି। ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ନୀଳମାଧବ ପଣ୍ଡା ସମ୍ମାନିତ ହେବେ। ଶ୍ରେଷ୍ଠ ଅଭିନେତା ସରୋଜ ପରିଡ଼ା (ଖୁସି) ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ କାବ୍ୟା କିରଣ (ଖୁସି) ସମ୍ମାନିତ ହେବେ।

ଟେଲି ଫିଲ୍ମ ’କାଳିଆ କରୁଛି ଲୀଳା’ ଶ୍ରେଷ୍ଠ ଟେଲିଫିଲ୍ମ ପୁରସ୍କାର ପାଇଥିଲା ବେଳେ ସେହି ଫିଲ୍ମର ପ୍ରଯୋଜକ ଦେବାଶିଷ ପାତ୍ର, ନିର୍ଦ୍ଦେଶକ ଅଶ୍ୱିନ କୁମାର ଗଡ଼ନାୟକ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି। ସେହିପରି ଟେଲି ଧାରାବାହିକ ଭାବେ ‘ସରଗରମ’ ମନୋନୀତ ହୋଇଛି।

ଅନ୍ୟପଟେ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ‘ଦେଖା ହେଲା ପ୍ରେମ ହେଲା’ର ‘ଭିଜା ଭିଜା ପ୍ରେମ ଛିଟା’ ପାଇଁ ସ୍ୱୟମ ପାଢ଼ୀ, ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ‘ଫ୍ରମ ମି ଟୁ ୟୁ’ର ‘ଏ କେଉଁ ୠତୁ ଏ କେଉଁ ରାସ୍ତା’ ପାଇଁ ସମ୍ମାନିତ ହେବେ। ଶ୍ରେଷ୍ଠ ଗୀତିକାର ଭାବେ ଅରୁଣ ମନ୍ତ୍ରୀ ‘ବାପା ତୁମେ ଭାରି ଦୁଷ୍ଟ’ର ‘ଭିଜେଇ ଦେଇ ଯା’ଥରେ’ ପାଇଁ ସମ୍ମାନିତ ହେବେ।

Comment