ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମୀ ତରଫରୁ ନବମ ଓଡ଼ିଶୀ ରାଗ ମହୋତ୍ସବ ଓ ସମ୍ମାନ ଉତ୍ସବ ଡିସେମ୍ଵର ୧୧ ଏବଂ ୧୨ ତାରିଖ ଦୁଇଦିନ ଧରି ଭୁବନେଶ୍ଵରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ଏକାଡେମୀ ପକ୍ଷରୁ ୩ ଜଣ ବିଶିଷ୍ଟ ପ୍ରତିଭାଙ୍କୁ ସମ୍ମାନୀତ କରାଯିବ।

ପ୍ରଖ୍ୟାତ ତବଲା ବାଦକ ଗୁରୁ ପଣ୍ଡିତ ରମେଶ ଚନ୍ଦ୍ର କରଙ୍କୁ ‘ଗୁରୁ ସିଂହାରୀ ସମ୍ମାନ’ରେ ସମ୍ମାନୀତ କରାଯିବ। ସେହିପରି ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଆଲୋକା କାନୁନ୍‌ଗୋଙ୍କୁ ‘ଭଗବତୀ ସ୍ମୃତି ସମ୍ମାନ’ ଏବଂ ଲୋକପ୍ରିୟ ନୃତ୍ୟାଙ୍ଗନା ମଧୁସ୍ମିତା ମହାନ୍ତିଙ୍କୁ ‘ଗୁରୁ ଗୋପାଳ ପଣ୍ଡା ଯୁବ ପ୍ରତିଭା ସମ୍ମାନ’ ପ୍ରଦାନ କରାଯିବ।ଏହି ଅବସରରେ ଦୁଇଦିନବ୍ୟାପୀ ରବୀନ୍ଦ୍ର ମଣ୍ଡପ ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ବୃନ୍ଦ ଓଡ଼ିଶୀ ଗାୟନ ସହ ଗୁରୁ ରାମାରାଓ ପାତ୍ରଙ୍କର ଓଡ଼ିଶୀ ବୀଣା ବାଦନ, ଗୁରୁ କାଳିନ୍ଦୀ ଚରଣ ବେହେରାଙ୍କ ବୃନ୍ଦ ମର୍ଦ୍ଦଳ ବାଦନ ଏବଂ ଗୁରୁ ଗଜେନ୍ଦ୍ର ପଣ୍ଡା ଓ ଗ୍ରୁପ୍ ପକ୍ଷରୁ ଓଡ଼ିଶୀ ନୃତ୍ୟ ଇତ୍ୟାଦି ମଞ୍ଚସ୍ଥ ହେବ। ଏଥିସହିତ ଉତ୍ସବରେ ଓଡ଼ିଶୀ ରାଗ ରତ୍ନବଳି ସିଡିର ପାର୍ଟ-୬ ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଛି।

କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ପଦ୍ମବିଭୂଷଣ ଶିଳ୍ପୀ ସୁଦର୍ଶନ ସାହୁ, ଭୁବନେଶ୍ଵର ଦୁରଦର୍ଶନ କେନ୍ଦ୍ର ନିର୍ଦ୍ଦେଶକ ଦୀପ୍ତି ମିଶ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମୀ ଉପସଭାପତି ଡକ୍ଟର ସାନ୍ତନୁ ଆଚାର୍ଯ୍ୟ ଏବଂ ବିଶିଷ୍ଟ ଲେଖକ ତଥା ସମ୍ଭକାର ଡକ୍ଟର କୀର୍ତ୍ତନ ନାରାୟଣ ପାଢ଼ୀ ଅତିଥି ଭାବେ ଯୋଗ ଦେବେ।ସେହିପରି ଦ୍ଵିତୀୟ ସନ୍ଧ୍ୟାରେ ବିଶିଷ୍ଟ ଲେଖିକା ତଥା ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷ ସୁସ୍ମିତା ବାଗ୍‌ଚୀ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ରାଷ୍ଟ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ଓ କିସ୍ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଏବଂ ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମୀ ଉପସଭାପତି ଡକ୍ଟର ସାନ୍ତନୁ ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବେ।

ଅଗ୍ରଣୀ ଡିଜିଟାଲ ମିଡିଆ କମ୍ପାନି ‘ଓଡ଼ିଶାଲାଇଭ୍’ ଏହି ମହୋତ୍ସବର ଓ୍ଵେବ୍ ପାର୍ନର ରହିଛି।

Comment