ଓଡ଼ିଶାଲାଇଭ୍ ବ୍ୟୁରୋ

ତାମିଲନାଡୁର କୁନ୍ନୁରଠାରେ ହୋଇଥିବା ବାୟୁସେନାର ହେଲିକପ୍ଟର ଦୁର୍ଘଟଣାରେ ଏକମାତ୍ର ଜୀବିତ ଥିବା ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂହଙ୍କର ଶେଷରେ ପରଲୋକ ଘଟିଛି। ବୁଧବାର ବେଙ୍ଗାଳୁରୁର କମାଣ୍ଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷନିଶ୍ଵାସ ତ୍ୟାଗ କରିଛନ୍ତି ବରୁଣ। ଏନେଇ ଭାରତୀୟ ବାୟୁସେନା ଟୁଇଟ୍ କରି ସୂଚନା ଦେଇଛି। କ୍ୟାପ୍ଟେନ୍ ବରୁଣ ସିଂହଙ୍କ ପରଲୋକରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।ଡିସେମ୍ଵର ୮ ତାରିଖ ଦିନ ତାମିଲନାଡୁର କୁନ୍ନୁର ନିକଟରେ ବାୟୁସେନାର ଏକ ଚପର୍ ହେଲିକପ୍ଟର କ୍ରାସ୍ ହୋଇଥିଲା। ଏଥିରେ ସେନାଧ୍ୟକ୍ଷ ଜେନେରାଲ୍ ବିପିନ ରାଓ୍ଵତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା। ବାୟୁସେନାର ଏହି ହେଲିକପ୍ଟରରେ ମୋଟ୍ ୧୪ ଜଣ ଯାତ୍ରା କରୁଥିବା ବେଳେ କେବଳ ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂହଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।ପ୍ରଥମେ ତାଙ୍କୁ ଓ୍ଵେଲିଂଟନ୍ ଏୟାରବେସ୍ ହସ୍ପିଟାଲରେ ଚିକିତ୍ସା କରାଯିବା ପରେ ବେଙ୍ଗାଳୁରୁର କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସାତଦିନ ଧରି ସେ ସେଠାରେ ଚିକିତ୍ସିତ ହେଉଥିଲେ। ହେଲେ ବୁଧବାର ସକାଳେ ତାଙ୍କର ପରଲୋକ ଘଟିଛି।

Comment