ଓଡ଼ିଶାଲାଇଭ୍ ବ୍ୟୁରୋ

ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ ବିପିନ ରାଓ୍ଵତ୍‌ଙ୍କ ପରଲୋକ ଘଟିଛି। ତାମିଲନାଡୁର ଓ୍ଵେଲିଂଟନ୍ ଏୟାରବେସ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ଭାରତୀୟ ବାୟୁସେନା ଟୁଇଟ୍ କରି ସ୍ପଷ୍ଟ କରିଛି।ଏଥିସହ ହେଲିକପ୍ଟରରେ ଯାତ୍ରା କରୁଥିବା ସମସ୍ତ ୧୪ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଏଥିରେ ଜେନେରାଲ ରାଓ୍ଵତ୍‌ଙ୍କ ପତ୍ନୀ ମଧୁଲିକା ରାଓ୍ଵତ୍‌ଙ୍କର ମଧ୍ୟ ପରଲୋକ ଘଟିଛି।ବୁଧବାର ବାୟୁସେନାର ମିଗ୍ ୧୭-ଭି-୫ ଚପର୍ ହେଲିକପ୍ଟରରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ ବିପିନ ରାଓ୍ଵତ୍‌, ତାଙ୍କ ପତ୍ନୀ ମଧୁଲିକା ରାଓ୍ଵତ୍, ବ୍ରିଗେଡିୟର ଏଲ୍ ଏସି ଲିଡର, ଲେଫ୍ଟନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂହଙ୍କ ସମେତ ମୋଟ୍ ୧୪ ଜଣ ଯାତ୍ରୀ ତାମିଲନାଡୁର ଓ୍ଵେଲିଂଟେନ୍ ଏୟାରବେସ୍ ଅଭିମୁଖେ ଯାତ୍ରା କରୁଥିଲେ। ହେଲେ କୁନ୍ନୁରଠାରେ କୌଣସି କାରଣରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ କ୍ୟାପ୍ଟେନ୍ ବରୁଣ ସିଂହ ଗୁରୁତର ଆହତ ହୋଇ ଓ୍ଵେଲିଂଟନ୍ ଏୟାରବେସ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ବାକି ୧୩ ଜଣଙ୍କ ମୃତ୍ୟୁ ଘଟିଛି।

Comment