ଓଡ଼ିଶାଲାଇଭ୍ ବ୍ୟୁରୋ

ଦେବକୁଣ୍ଡ ଜଳପ୍ରପାତ ମୟୂରଭଞ୍ଜ ଜିଲ୍ଲାର ଏକ ମନୋରମ ଏବଂ ଦର୍ଶନୀୟ ସ୍ଥାନ ଅଟେ। ପ୍ରକୃତି କୋଳରୁ ବହି ଯାଉଥିବା ସୁନ୍ଦର ଝରଣା ପାଇଁ ଦେବକୁଣ୍ଡ ପ୍ରସିଦ୍ଧି ଲାଭ କରିଛି। ଦେବକୁଣ୍ଡର ଅର୍ଥ ହେଉଛି ଦେବଦେବୀଙ୍କର ସ୍ନାନ କୁଣ୍ଡ। ହିନ୍ଦୁ ଧର୍ମ ମତରେ ଏହି କୁଣ୍ଡର ପାଣି ସ୍ପର୍ଶ କଲେ ସବୁ ପାପ କ୍ଷୟ ହୁଏ। ଦେବକୁଣ୍ଡର ସୁନ୍ଦର ଓ ସ୍ୱଚ୍ଛ ପରିବେଶ କୌଣସି ଲୋକଙ୍କୁ ସହଜରେ ଆକୃଷ୍ଟ କରିପାରିବ। ତେଣୁ ପ୍ରତି ବର୍ଷ ଶୀତ ଋତୁରେ ଏଠାକୁ ହଜାର ହଜାର ଲୋକଙ୍କ ସୁଅ ଛୁଟିଥାଏ। ଦେବକୁଣ୍ଡର କିମ୍ଵଦନ୍ତୀ

ପୌରାଣିକ ମତ ଅନୁଯାୟୀ ଏଠାରେ ଦେବଦେବୀମାନେ ସ୍ନାନ କରୁଥିଲେ। ସେହି ଆଧାରରେ ଏହାର ନାମ ଦେବକୁଣ୍ଡ ହୋଇଛି। ଏହା ହେଉଛି ଦେବୀଙ୍କର ୫୧ ତମ ପୀଠସ୍ଥଳୀ। ଏହି ସ୍ଥାନରୁ ୫ଟି କୁଣ୍ଡ ବାହାରିଛି। ଏଥିପାଇଁ ପୀଠସ୍ଥଳୀକୁ ପଞ୍ଚସାଗର ନାମରେ ନାମିତ କରାଯାଇଛି। ସେହି ୫ଟି କୁଣ୍ଡ ହେଲା ଭୁଦାରକୁଣ୍ଡ, ତୈଳ କୁଣ୍ଡ, ହରିଦ୍ରା କୁଣ୍ଡ, ଦେବୀ କୁଣ୍ଡ, ଦେବ କୁଣ୍ଡ। ଏଥିସହିତ ଏଠାରେ ମା’ ଅମ୍ବିକାଙ୍କର ଏକ ମନ୍ଦିର ରହିଛି। ପ୍ରତି ବର୍ଷ ମକର ସଂକ୍ରାନ୍ତି ସମୟରେ ଏଠାରେ ମେଳା ହୋଇଥାଏ।କେମିତି ପହଞ୍ଚିବେ?

ବିମାନ ମାର୍ଗରେ

ଦେବକୁଣ୍ଡକୁ ଯିବା ପାଇଁ ନିକଟତର ବିମାନ ବନ୍ଦର ହେଉଛି ଭୁବନେଶ୍ଵରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର। ଭୁବନେଶ୍ୱରରୁ ବାରିପଦାର ଦୂରତା ହେଉଛି ୨୫୦ କିଲୋମିଟର। ସେହିପରି କୋଲକତାର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରୁ ମଧ୍ୟ ଆପଣ ଦେବକୁଣ୍ଡ ଆସିପାରିବେ। କୋଲକାତାରୁ ଏହାର ଦୂରତା ହେଉଛି ୩୧୫ କିଲୋମିଟର। ଉଭୟ ବିମାନବନ୍ଦରରେ ଓହ୍ଲାଇ ଆପଣ ସଡ଼କ କିମ୍ଵା ରେଳ ପଥରେ ଦେବକୁଣ୍ଡ ଆସିପାରିବେ।ରେଳଗାଡ଼ିରେ

ରେଳଗାଡ଼ିରେ ଦେବକୁଣ୍ଡ ଯିବାକୁ ଚାହୁଁଥିଲେ ଏହାର ନିକଟତର ରେଳ ଷ୍ଟେସନ ହେଉଛି ବାରିପଦା ଷ୍ଟେସନ ଓ ବାଲେଶ୍ୱର ଷ୍ଟେସନ।ସଡ଼କ ପଥରେ

ଭୁବନେଶ୍ୱରରୁ ବାରିପଦାର ଦୂରତା ହେଉଛି ୨୫୦ କିଲୋମିଟର। ସେହିପରି ବାଲେଶ୍ୱର ଠାରୁ ଦେବକୁଣ୍ଡର ଦୂରତା ହେଉଛି ୭୨ କିଲୋମିଟର। ଏହି ସବୁ ସ୍ଥାନଗୁଡିକୁ ନିୟମିତ ବସ ଚଳାଚଳ କରିଥାଏ, ଏହାଛଡା କାର ଓ ଜିପ ସାହାଯ୍ୟରେ ମଧ୍ୟ ଆପଣ ଦେବକୁଣ୍ଡ ପହଞ୍ଚିପାରିବେ।

Comment