ଓଡ଼ିଶାଲାଇଭ୍ ବ୍ୟୁରୋ
ଶନିବାର ଅପରାହ୍ଣ ସାଢ଼େ ୩ଟାରେ ୫ଟି ରାଜ୍ୟର ନିର୍ବାଚନ ତାରଖ ଘୋଷଣା କରାଯିବ। ଭାରତ ନିର୍ବାଚନ ଆୟୋଗ ବିଧାନସଭା ନିର୍ବାଚନ ପାଇଁ ଏହି ଘୋଷଣା କରିବାକୁ ଯାଉଛନ୍ତି। ଆଗାମୀ କିଛି ଦିନ ମଧ୍ୟରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର, ପଞ୍ଜାବ ଏବଂ ଗୋଆରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।
ଆଜି ଦେଶର ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା ପରେ କେଉଁ କେଉଁ ତାରିଖରେ ଭୋଟ ଗ୍ରହଣ କରାଯିବ, କେତୋଟି ପର୍ଯ୍ୟାୟରେ ନିର୍ବାଚନ କରାଯିବ ଏବଂ କେତୋଟି ପର୍ଯ୍ୟାୟରେ ଭୋଟ ଗଣତି କାର୍ଯ୍ୟ କରାଯିବ ତାହା ସ୍ପଷ୍ଟ ହେବ। ଏହା ସହ ନାମାଙ୍କନ ଓ ସ୍କ୍ରୁଟିନି ତାରିଖ ସମ୍ପର୍କରେ ମଧ୍ୟ ଜଣାପଡ଼ିବ।