ଓଡ଼ିଶାଲାଇଭ୍ ବ୍ୟୁରୋ

ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦ ଛାଡ଼ି ସମଗ୍ର କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଛନ୍ତି। ହଠାତ୍ ତାଙ୍କର ଏହି ନିଷ୍ପତ୍ତି ତାଙ୍କ ପ୍ରଶଂସକଙ୍କଠାରୁ ସାଥୀ ଖେଳାଳି ସମସ୍ତଙ୍କୁ ଚକିତ କରିଛି।

ବିରାଟ ଟେଷ୍ଟ କ୍ୟାପ୍ଟେନ୍‌ସିପ୍‌ ଛାଡ଼ିବା ପରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ଏକ ଇମୋସନାଲ୍ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ ବିରାଟଙ୍କ କ୍ରିକେଟ କ୍ୟାରିୟର ମଧ୍ୟରେ ଉତ୍‌ଥାନ ଓ ପତ୍ତନ କଥା ସହ ଧୋନୀଙ୍କ ପରେ ବିରାଟ ଅଧିନାୟକ ହେବା କଥା କହିଛନ୍ତି।ଅନୁଷ୍କା ଲେଖିଛନ୍ତି, “ବିରାଟ, ମୁଁ ତୁମର ଉତ୍‌ଥାନ ଦେଖିଛି। ଭାରତୀୟ କ୍ରିକେଟ ଦଳର ଅଧିନାୟକ ଭାବେ ତୁମ ଉପଲବ୍ଧି ପାଇଁ ମୁଁ ଗର୍ବିତ। କିନ୍ତୁ ତୁମେ ନିଜ ଭିତରେ ଯେଉଁ ଅଭିବୃଦ୍ଧି କରିଛ, ତାହା ମୋତେ ଆହୁରି ଗର୍ବିତ କରିଛି। ତୁମ କ୍ୟାପଟେନ୍‌ସିପ୍ କ୍ୟାରିୟରରେ ତୁମେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିଛ, କିନ୍ତୁ ସବୁବେଳେ ତାହା ପଡ଼ିଆ ଭିତରେ ନଥିଲା। ଥିଲା ପଡ଼ିଆ ବାହାରେ।

ଯେଉଁଠି ତୁମେ କମ୍ ଆଶା କର, ସେହିଠାରେ ତୁମ ପାଇଁ ଅଧିକ ଚ୍ୟାଲେଞ୍ଜ ଆସିଥାଏ। ଏହାର ଆବଶ୍ୟକ ମଧ୍ୟ ହୋଇଥାଏ। ମୁଁ ଗର୍ବିତ ଯେ ତୁମେ ନିଜର ଭଲ ଉଦ୍ଦେଶ୍ୟ ଭିତରେ କିଛି ବି ଆସିବାକୁ ଦେଇନାହଁ। ତୁମେ ନିଜ ଶକ୍ତି ଦ୍ୱାରା ମୈଦାନରେ ବିଜୟ ହାସଲ କରିଛ। କିଛି ପରାଜୟ ଆଖିକୁ ଦୁଃଖ ମଧ୍ୟ ଦେଇଥିଲା, ଆଉ ସେହି ସମୟରେ ମୁଁ ତୁମ ପାଖରେ ବସିଥିଲି। ତୁମେ ସବୁବେଳେ ଭାବ ଯେ ଆମେ ଆଉ କିଛି କରିପାରିବା କି? ତୁମଠାରୁ ସମସ୍ତେ ଏହାହିଁ ଆଶା କରନ୍ତି।”ଅନୁଷ୍କା ଆହୁରି ଲେଖିଛନ୍ତି, “ଲୋକ ଦେଖାଣିଆ କାମ ତୁମକୁ ଆଦୌ ପସନ୍ଦ ନୁହେଁ, ଯାହା ତୁମକୁ ଫ୍ୟାନ୍ସଙ୍କ ନଜରରେ ମହାନ କରିପାରିଛି। ତୁମେ ପରଫେକ୍ଟ ନୁହେଁ। ତୁମ ଭିତରେ ମଧ୍ୟ ତ୍ରୁଟି ରହିଛି। କିନ୍ତୁ ତୁମେ ତାହାକୁ ଲୁଚାଇବାକୁ କେବେ ପ୍ରୟାସ କରିଛ କି? ତୁମେ ଏତେ ବର୍ଷ ଧରି କ୍ୟାପଟେନ୍ ଭାବେ ଯାହା କରିଛ, ତାହା ସର୍ବଦା ସଠିକ୍ ଓ କଠିନ କାମ ପାଇଁ ଥିଲା। ତୁମେ ଲୋଭରେ କିଛି କରିନାହଁ। ଏହି ୭ ବର୍ଷରେ ତୁମେ କ’ଣ କରିଛ, ତାହା ଆମ ଝିଅ ନିଶ୍ଚୟ ତୁମଠାରୁ ଶିଖିବ। ତୁମେ ବହୁତ ଭଲ କାମ କରିଛ ବିରାଟ।”

 

View this post on Instagram

 

A post shared by AnushkaSharma1588 (@anushkasharma)

ବିରାଟ କୋହଲି ଗତ ବର୍ଷ ଟି-ଟେଣ୍ଟି ଅଧିନାକୟ ପଦରୁ ଅବସର ନେଇଥିଲେ। ଏହାପରେ ବିସିସିଆଇ ପକ୍ଷରୁ ତାଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ମଧ୍ୟ କାଢ଼ି ଦିଆଯାଇଥିଲା। ଏବେ ହଠାତ୍ ଟେଷ୍ଟ ଦଳର କ୍ୟାପ୍ଟେନ୍ସିପ୍ ଛାଡ଼ିଛନ୍ତି ବିରାଟ। ଅଧିନାୟକତ୍ଵ ଛାଡ଼ିଥିଲେ ମଧ୍ୟ କ୍ରିକେଟ ଖେଳିବା ଜାରି ରଖିବେ ବୋଲି ବିରାଟ ନିଷ୍ପତ୍ତି ନେଇଛନ୍ତି।

Comment