ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ବଜେଟରେ ମହିଳା ଏବଂ ଶିଶୁ ବିକାଶ ଉପରେ ଗୁରୁତ୍ଵ ଦିଆଯାଇଛି। ମିଶନ ବାତ୍ସଲ୍ୟ, ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ ୨.୦ ଯୋଜନା ପାଇଁ ୨୧,୦୦୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସକ୍ଷମ ଅଙ୍ଗନବାଡ଼ି ଏବଂ ପୋଷଣ ୨.୦ ଯୋଜନା ପାଇଁ ୨୦,୧୦୫ କୋଟି ଟଙ୍କା ଓ ମିଶନ ବାତ୍ସଲ୍ୟ ପାଇଁ ୯୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ସକ୍ଷମ ଅଙ୍ଗନବାଡ଼ି ଯୋଜନା ଅନ୍ତର୍ଗତ ୨ ଲକ୍ଷ ଅଙ୍ଗନଓ୍ଵାଡି କେନ୍ଦ୍ରକୁ ଆଧୁନିକିକରଣ ସହ ଭିତ୍ତିଭୂମିର ବିକାଶ କରାଯିବ। ଶିଶୁମାନଙ୍କ ଶିକ୍ଷା ଏବଂ ବିକାଶ ଲାଗି ପଦକ୍ଷେପ ନିଆଯିବ। ସେହିପରି ମିଶନ ବାତ୍ସଲ୍ୟ ଓ ପୋଷଣ ୨.୦ ଯୋଜନାରେ ମା’ ଏବଂ ଶିଶୁଙ୍କ ସ୍ଵାସ୍ଥ୍ୟର ବିକାଶ ଉପରେ ବିଶେଷ ଗୁରୁତ୍ଵ ଦିଆଯିବ।

ଫେବ୍ରୁଆରି ୧ ତାରିଖ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି। ୨୦୧୧ ମସିହା ଜନଗଣନା ଅନୁଯାୟୀ ଦେଶରେ ୬୭.୭ ପ୍ରତିଶତ ମହିଳା ଏବଂ ଶିଶୁ ରହିଛନ୍ତି। ସେମାନଙ୍କ ବିକଶ ପାଇଁ କେନ୍ଦ୍ର ସବୁବେଳେ ପ୍ରାଧାନ୍ୟ ଦେଇଆସୁଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।

Comment