ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଦିନ ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟ୍‌ରେ ମଧ୍ୟ ଆୟକର ସ୍ଲାବ୍‌କୁ ଅପରିବର୍ତ୍ତିତ ରଖାଯାଇଛି। ଅର୍ଥାତ୍ ଗତ ଆର୍ଥିକ ବର୍ଷରେ ଆୟକର ସ୍ଲାବ୍ ଯାହା ରହିଥିଲା ଏବେ ମଧ୍ୟ ସେହି ସ୍ଲାବ୍ କାର୍ଯ୍ୟକାରୀ ହେବ।

କ’ଣ ରହିଛି ଆୟକର ସ୍ଲାବ୍?

  • ବାର୍ଷିକ ଆୟ ୨.୫ ଲକ୍ଷ ଯାଏଁ – କିଛି ଦେବାକୁ ପଡ଼ିବ ନାହିଁ
  • ୨.୫ ଲକ୍ଷରୁ ୫ ଲକ୍ଷ ଯାଏଁ – ୫ ପ୍ରତିଶତ
  • ୫ ଲକ୍ଷରୁ ୭.୫ ଲକ୍ଷ ଯାଏଁ – ୧୦ ପ୍ରତିଶତ
  • ୭.୫ ଲକ୍ଷରୁ ୧୦ ଲକ୍ଷ ଯାଏଁ – ୧୫ ପ୍ରତିଶତ
  • ୧୦ ଲକ୍ଷରୁ ୧୨.୫ ଲକ୍ଷ ଯାଏଁ – ୨୦ ପ୍ରତିଶତ
  • ୧୨.୫ ଲକ୍ଷରୁ ୧୫ ଲକ୍ଷ ଯାଏଁ – ୨୫ ପ୍ରତିଶତ
  • ୧୫ ଲକ୍ଷରୁ ଅଧିକ – ୩୦ ପ୍ରତିଶତ

ଅନ୍ୟପକ୍ଷେ ଆୟକର ରିଟର୍ଣ୍ଣରେ ଥିବା ତ୍ରୁଟିକୁ ସୁଧାରିବାକୁ ୨ ବର୍ଷ ମହଲତ ଦିଆଯାଇଛି। ଏହି ସମୟ ମଧ୍ୟରେ ଟିକସଦାତାମାନା ସଂଶୋଧିତ ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ।

କ୍ୟାପିଟାଲ ଏକ୍ସପେଣ୍ଡିଚର ୫.୫୪ ଲକ୍ଷ କୋଟିରୁ ୭.୫ ଲକ୍ଷ କୋଟିକୁ ବୃଦ୍ଧି ହୋଇଛି। କ୍ୟାପିଟାଲ ଏକ୍ସପେଣ୍ଡିଚର ମୋଟ ଜିଡିପିର ୪ ପ୍ରତିଶତ ରହିଛି। ଭର୍ଚୁଆଲ ଓ ଡିଜିଟାଲ ସମ୍ପତ୍ତି ବିକ୍ରି ଓ କିଣିବା ଦ୍ୱାରା ହେଉଥିବା ଆୟ ଉପରେ ୩୦ ପ୍ରତିଶତ ଟିକସ ଦେବାକୁ ପଡ଼ିବ। ସେହିପରି ଉପହାର ଆକାରରେ ମିଳିଥିବା ସମ୍ପତ୍ତି ଉପରେ ମଧ୍ୟ ଟିକସ ଦେବାକୁ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ୧୪ ପ୍ରତିଶତ ଓ ରାଜ୍ୟ କର୍ମଚାରୀଙ୍କ ୧୦ ପ୍ରତିଶତ ଆୟକର ଛାଡ଼ ହେଉଥିବା ବେଳେ ଏବେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର କର୍ମଚାରୀଙ୍କର ୧୪ ପ୍ରତିଶତ ଆୟକର ଛାଡ଼ ହେବ।

ସେହିପରି କର୍ପୋରେଟିଭ୍ ସୋସାଇଟି ଟ୍ୟାକ୍ସ ୧୮ ପ୍ରତିଶତରୁ କମି ୧୫ ପ୍ରତିଶତ କରାଯାଇଛି। ଏହାବାଦ କର୍ପୋରେଟିଭ ସରଚାର୍ଜକୁ ୭ ପ୍ରତିଶତକୁ ହ୍ରାସ କରାଯାଇଛି।

Comment