ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଆସନ୍ତା ୧୬ ତାରିଖରେ ହେବାକୁ ଯାଉଥିବା ତ୍ରିୟସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଲାଗି ସୋମବାର ସନ୍ଧ୍ୟା ୭ଟାରେ ପ୍ରଚାର ଶେଷ ହୋଇଛି। ବ୍ଲକ ହେଡକ୍ଵାଟରରୁ ବୁଥ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି। ରାଜ୍ୟର ମୋଟ ୧୧ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ରାୟଗଡ଼ା ଓ କୋରାପୁଟର ବିଭିନ୍ନ ପୋଲିଂ ବୁଥ୍‌କୁ ପୋଲିଂ ପାର୍ଟିଂ ଗସ୍ତ କରିଛନ୍ତି। ବାକି ୧୯ଟି ଜିଲ୍ଲାରେ ଆସନ୍ତା ୧୫ ତାରିଖ ପୋଲିଂ ପାର୍ଟି ପହଞ୍ଚିବେ।

ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ ବ୍ଲକ ଅନ୍ତର୍ଗତ ୨୦୨ ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ମୋଟ ୧,୬୬୯ ପଞ୍ଚାୟତରେ ୨୨,୩୭୯ ବୁଥରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୭ ଲକ୍ଷ ୫୧ ହଜାର ଭୋଟର।

ପ୍ରତି ମତଦାନ କେନ୍ଦ୍ରରେ ପ୍ରାର୍ଥୀଙ୍କ ନାଁ ସହ ସେମାନଙ୍କୁ ମିଳିଥିବା ଚିହ୍ନ ରହିବ। ବାଲାଟ ପେପରରେ କେବଳ ଚିହ୍ନ ରହିବ। ଭୋଟର ଏକାଧିକ ପ୍ରାର୍ଥୀଙ୍କୁ ଭୋଟ ଦେଲେ ତାହା ଗ୍ରହଣୀୟ ହେବ ନାହିଁ। ବାଲାଟ ପେପରରେ ପ୍ରାର୍ଥୀଙ୍କ ଚିହ୍ନ ପରିବର୍ତ୍ତେ ଅନ୍ୟ ସ୍ଥାନରେ ଭୋଟ ଦେଲେ ତାକୁ ବୈଧ ଧରାଯିବ ବୋଲି ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଜଣାଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ।

ଓଡ଼ିଶାରେ ୫ଟି ପର୍ଯ୍ୟାୟରେ ମତଦାନ କରାଯିବ। ଫେବ୍ରୁଆରି ୧୬ ତାରିଖ, ୧୮ ତାରିଖ ଦ୍ଵିତୀୟ ପର୍ଯ୍ୟାୟ, ୨୦ ତାରିଖ ତୃତୀୟ ପର୍ଯ୍ୟାୟ, ୨୨ ତାରିଖ ଚତୁର୍ଥ ପର୍ଯ୍ୟାୟ ଏବଂ ୨୪ ତାରିଖ ପଞ୍ଚମ ପର୍ଯ୍ୟାୟ ମତଦାନ କରାଯିବ।

Comment