ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ) : କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଆଳି ବ୍ଲକରେ ପୁରୁଷଙ୍କ ଅପେକ୍ଷା ୨ ପ୍ରତିଶତ ଅଧିକ ମହିଳା ମତଦାନ କରିଛନ୍ତି। ସେହିପରି ଡେରାବିଶ ବ୍ଲକରେ ୩ ପ୍ରତିଶତ ଅଧିକ ମହିଳା ମତଦାନ କରିଥିବା ଜଣାପଡ଼ିଛି। ଜିଲ୍ଲାର ଦୁଇଟି ବ୍ଲକ ଆଳି ଓ ଡେରାବିଶ ବ୍ଲକରେ ୧୬ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା।

ଆଳି ବ୍ଲକରେ ୪ଟି ଜିଲ୍ଲାପରିଷଦ ଜୋନରେ ୭୩.୧୬ ପ୍ରତିଶତ ମତଦାନ ହୋଇଛି। ଏଥିରେ ୬୭.୭୦ ପ୍ରତିଶତ ପୁରୁଷ ମତଦାନ କରିଥିବାବେଳେ ୭୯.୨୦ ପ୍ରତିଶତ ମହିଳା ମତଦାନ କରିଛନ୍ତି। ଆଳି ବ୍ଲକର ମୋଟ ୩୫,୫୧୫ ଜଣ ଭୋଟରଙ୍କ ମଧ୍ୟରୁ ୨୫,୯୮୮ ଜଣ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଭୋଟରଙ୍କ ମଧ୍ୟରେ ୧୨,୬୨୦ ଜଣ ପୁରୁଷ ଓ ୧୩,୩୬୮ ଜଣ ମହିଳା ଭୋଟର ଅଛନ୍ତି।

ଡେରାବିଶ ବ୍ଲକର ୩ଟି ଜିଲ୍ଲାପରିଷଦ ଜୋନ ୧୨, ୧୩ ଓ ୧୪ ନମ୍ବରରେ ୧ଲକ୍ଷ,୧୮,୬୫୫ ଜଣ ଭୋଟରଙ୍କ ମଧ୍ୟରୁ ୯୦ ହଜାର ୮୬୨ ଜଣ ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ୪୬,୫୬୬ ଜଣ ପୁରୁଷ ଓ ଭୋଟ୍ ୪୪,୫୬୫ ଜଣ ମହିଳା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି। ଚଳିତ ନିର୍ବାଚନରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟର ସଂଖ୍ୟା ଅଧିକ ରହିଛି।

Comment