ଓଡ଼ିଶାଲାଇଭ୍ ବ୍ୟୁରୋ

ମହାଶିବରାତ୍ରୀରେ ପ୍ରଭୁ ଲିଙ୍ଗରାଜଙ୍କର ପୂଜାର୍ଚ୍ଚନା କରିପାରିବେ ନାହିଁ ଭକ୍ତ। ଲିଙ୍ଗରାଜ ମନ୍ଦିରରେ ଜାଗର ଦିନ ଆଡ଼କାଠ ପାଖରୁ ହିଁ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ଭକ୍ତ। ଚଳିତ ଥର ସାହାଣମେଲା ଦର୍ଶନ ଓ ଗର୍ଭଗୃହ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦିଆଯାଇ ନାହିଁ। ରାତି ୧୦ଟାରେ ମହାଦୀପ ଉଠିବ ବୋଲି ଭୁବନେଶ୍ଵର ମହାନଗର ନିଗମ(ବିଏମସି) ପକ୍ଷରୁ ସୂଚନା ଦିଆଯାଇଛି। 

ମନ୍ଦିର ଆସିବା ସମୟରେ ସାମାଜିକ ଦୂରତା ସହ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ମନ୍ଦିର ଭିତରେ କୋଭିଡ ନିୟମ ପାଳନ କରିବାକୁ ସେବାୟତମାନଙ୍କୁ କୁହାଯାଇଛି। ବୟସ୍କ ବ୍ୟକ୍ତି, ଗର୍ଭବତୀ ଏବଂ ଶିଶୁମାନଙ୍କୁ ଜଗର ଦିନ ମନ୍ଦିର ନଆସିବାକୁ ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି।

ରାତି ୧୦ଟାରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବ। ଦିନ ୩ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଅବକାଶ ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ୩ଟା ୩୦ରୁ ୫ଟା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ସେବାୟତ ଏବଂ ସେମାନଙ୍କ ପରିବାର ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ। ସନ୍ଧ୍ୟା ୫ଟାରୁ ସାଧାରଣ ଭକ୍ତଙ୍କୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଅନୁମତି ରହିଛି।

କେବଳ ଭକ୍ତ ଦର୍ଶନ କରିପାରିବେ କିନ୍ତୁ ମନ୍ଦିର ଗର୍ଭଗୃହକୁ କେହି ଯାଇପାରିବେନି କିମ୍ବା ଭୋଗ ନେଇ ପାରିବେନି। ମନ୍ଦିର ହୁଣ୍ଡି ପର୍ଯ୍ୟନ୍ତ ଯାଇ ଦର୍ଶନ କରିପାରିବେ ଭକ୍ତ। ଗତ ବର୍ଷ ଭଳି କୋଭିଡ କଟକଣା ମଧ୍ୟରେ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ। ମହାଦୀପ ଉଠିବା ସମୟରେ ଭକ୍ତଙ୍କୁ ଦର୍ଶନର ସୁଯୋଗ ମିଳିବ।

Comment